STORYMIRROR

Prasanta Kumar Behera

Abstract

2  

Prasanta Kumar Behera

Abstract

ନୀଳପରୀ ............

ନୀଳପରୀ ............

1 min
157

ଯେଉଁ ଦିଗକୁ ଚାହିଁଲେ

ତୁମକୁ ପାଏ ମୁଁ -

ତୁମେ ମୋର ଦିଗାଂଗନା

ପ୍ରତି ହିଲ୍ଲୋଳର ମଧୁ ପରଶରେ

ତୁମ ବାସ୍ନା ପାଏ-

ତୁମେ ମୋର ପୁରଞ୍ଜନା


ମୋର ଜୀବନ ପଥରେ

ତୁମେ ପାନ୍ଥଶାଳା -

ତୁମେ ବି ମଧୁଶାଳା

ମୋର ଜୀବନ ବିଥିରେ

ତୁମେ ସୂର୍ଯ୍ୟମୁଖି -

ତୁମେ ବି ମଧୁଝରା ପୁଷ୍ପମାଳା


ମୋର ସକଳ ସତ୍ତାରେ

ତୁମେ ଭିଜିଯାଇ

ପୁଲକ ଦେଇଛ ଭରି

ମୋର ଆଖି ପଲକରେ

ତୁମେ ଝୁରା ଜ୍ୟୋତି

ତୁମେ ମୋର ନୀଳପରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract