Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ନୀଳପରୀ

ନୀଳପରୀ

1 min
225



ସରଗପୁରର ନୀଳପରୀ ତୁମେ

ନନ୍ଦନବନ ର ଶିରୀ

ପ୍ରୀତିର ମୟୁଖ ଆଖିରୁ ତୁମର

ଯାଉଥାଏ ଝରି ଝରି I

ବର୍ଷା ହୋଇ ତୁମେ ଝରକା ସେପାଖେ

ନାଚୁଥାଅ ଯେବେ ସଖୀ

ମୋ ହୃଦୟ ତଳେ ଜ୍ୱାଳାମୁଖୀ ଟିଏ

ତୁମେ କି ପାରନି ଦେଖି ?

ତୁମରି ଛନ୍ଦରେ ଛନ୍ଦାୟିତ ହୁଏ

ମୋ ମନର ପ୍ରତି କୋଣ

ହୃଦୟରେ ମୋର ବେପଥୁ ଜଗାଏ

ତୁମ ପାଉଁଜିର ସ୍ୱନ I

ସପନ ଦୋଳିରେ ଝୁଲୁଥାଏ ମନ

ତୁମକଥା ଭାବି ଭାବି

ତୁମକୁ ବର୍ଣ୍ଣନା କରିବା ପାଇଁକି

ପାଲଟିଯାଏ ମୁଁ କବି I

      


Rate this content
Log in