ନିଜ ଘରକୁ ଫେରିଆସିଲ ପ୍ରଭୁ
ଭାରି ଖୁସି ମୁଁ
ବଡ଼ପଣ୍ଡା ନୁହେଁ ଛାର ଭକ୍ତଟିଏ
ଝୁରି ହୁଏ ମୁଁ
ବାଡ଼ ଡେଇଁ ଯାଇପାରୁନାହିଁ ମୁଁହିଁ
ଆଗ ଭଳି ନା ହଁ ପ୍ରଭୁ ତୁ
ଦର୍ଶନରେ କଟକଣା ସହି ହୁଏ ନାହିଁ
ଶରୀର ବୟସ ସ୍ଥାନ କାଳ ପାତ୍ର
ସାହିପାରେନା ସିନା ମୁଁ
ଖୋଜୁଥାଏ ହୃଦୟ ନୀଳକନ୍ଦରେ
ସଦା ଲାଗେ ପ୍ରଭୁ ବୋଲି ବନ୍ଧୁଟିଏ ତୁ
ନୁହେଁ ବନ୍ଧୁମହାନ୍ତି ଅବା ସାଲବେଗ
ଲେଖିପାରିବି ତଵ ନୀତି କାନ୍ତି
କେବଳ ଭକ୍ତଟିଏ ମୁଁ
ଭକ୍ତ କହିବାରେ ଲଜ୍ୟା ଜାଣେ ନାହିଁ ତଵ ପୂଜା
ଝୁରେ ହୃଦୟେ ଭକ୍ତିଭରେ
ଯେଣୁ ଲାଗ ନିଜର କେହି ତୁ
ତୋ ଦରଶନ ଇଛା ପରିହରି ରଖିଛି
କେବଳ ସଦିଚ୍ଛା ମୁଁ
କେତେବଡ ଠାକୁର କେତେ କେତେ ଭକ୍ତି ଭକ୍ତର
ସେସବୁ ନାହିଁ ମୋହର ଜାଣେ ମୁଁ
ତଥାପି ଲାଗୁ ଏକାନ୍ତ ନିଜର କେହି
ଏଯାବତ ଠାକୁର ତୁ
ବଡ଼ ଭାଇ ବଳଭଦ୍ରଙ୍କୁ ପାଇଛି ରୂପେ ପୁତ୍ର
ଭଉଣୀ ସୁଭଦ୍ରା ପରି ଝିଅ ଦେଇଅଛ ମୋର
କେବଳ ବାକି ପ୍ରଭୁ ତୁ
ଲାଗୁ ଏତେ ନିଜର ସତେ ବନ୍ଧୁଟିଏ ମୋର
ରଥ ଦେଖିବାକୁ ଯାଇନି ମୁଁ
କ୍ଷମା କରିଦେବ ଠାକୁର ଜାଣେନା ଭକ୍ତି ବେଭାର
ଭଲରେ ବଡ଼ଦେଉଳେ ଥା ତୁ