Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ନୀଳକଇଁର ମନ

ନୀଳକଇଁର ମନ

1 min
233



ଅନ୍ଧାରେ ଅନ୍ଧାର ଦେଖିଛି ମୁଁ ସଖୀ

ଦିନରେ ଦେଖିଛି ଜହ୍ନ

ଜୋଛନା ବାରିରେ କେତେ ଯେ ଭିଜିଛି

ପ୍ରୀତିରଙ୍କା ମୋର ମନ I

କେବେ ମୁଁ ସାଜିଛି ଫୁଲଟିଏ ସଖୀ

ଛୁଇଁଛି ତୁମର ହାତ

ଅଳି ହୋଇ କେବେ ଗୁଣୁ ଗୁଣୁ ହୋଇ

ଗାଇଛି ବେସୁରା ଗୀତ I

ପ୍ରୀତି ପାରାବାରେ ଜୁଆର ଉଠିଛି

ତୁମପାଇଁ ବେଳେ ବେଳେ

ସାଗରକୁ ଚାହିଁ ଖୁସିରେ ନାଚିଛି

ଲହଡିର ତାଳେ ତାଳେ I

ଜୀବନ ସଞ୍ଜରେ ସପନ ଦେଖିଛି

ଦୂର ଦିବଳୟେ ଚାହିଁ

ଜହ୍ନହୋଇ ଯେବେ ଆକାଶେ ଉଇଁଛି

ତୁମେ ସାଜ ନୀଳକଇଁ I

          


Rate this content
Log in

Similar oriya poem from Romance