STORYMIRROR

Bijay Prusty

Romance

3  

Bijay Prusty

Romance

ନୀଳକଇଁର ମନ

ନୀଳକଇଁର ମନ

1 min
234


ଅନ୍ଧାରେ ଅନ୍ଧାର ଦେଖିଛି ମୁଁ ସଖୀ

ଦିନରେ ଦେଖିଛି ଜହ୍ନ

ଜୋଛନା ବାରିରେ କେତେ ଯେ ଭିଜିଛି

ପ୍ରୀତିରଙ୍କା ମୋର ମନ I

କେବେ ମୁଁ ସାଜିଛି ଫୁଲଟିଏ ସଖୀ

ଛୁଇଁଛି ତୁମର ହାତ

ଅଳି ହୋଇ କେବେ ଗୁଣୁ ଗୁଣୁ ହୋଇ

ଗାଇଛି ବେସୁରା ଗୀତ I

ପ୍ରୀତି ପାରାବାରେ ଜୁଆର ଉଠିଛି

ତୁମପାଇଁ ବେଳେ ବେଳେ

ସାଗରକୁ ଚାହିଁ ଖୁସିରେ ନାଚିଛି

ଲହଡିର ତାଳେ ତାଳେ I

ଜୀବନ ସଞ୍ଜରେ ସପନ ଦେଖିଛି

ଦୂର ଦିବଳୟେ ଚାହିଁ

ଜହ୍ନହୋଇ ଯେବେ ଆକାଶେ ଉଇଁଛି

ତୁମେ ସାଜ ନୀଳକଇଁ I

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance