STORYMIRROR

Sunanda Mohanty

Romance Fantasy Thriller

4  

Sunanda Mohanty

Romance Fantasy Thriller

ନୀଳକଇଁ ଓ଼ ଚାନ୍ଦ 

ନୀଳକଇଁ ଓ଼ ଚାନ୍ଦ 

1 min
6


ଚାନ୍ଦରେ ଓଁ ର ଚନ୍ଦନ ବିନ୍ଦୁ 
କଳଙ୍କ ନୁଁହଁ ଟିକିଲି ବିନ୍ଦୁ 
ଚାନ୍ଦ ବୋଲି ଡେଇଁ ଯାଏ
ସାତ ଦରିଆ ସିନ୍ଧୁ
ରୁପା ଜୋତା ଛତା ସାଥେ ଇନ୍ଦୁ
 ନୀଳକଇଁ ସାଥେ ସମ୍ପର୍କ ଛନ୍ଦୁ
ଜହ୍ନମାମୁଁ କହେ କିଏ କୋଉଠି ଡାକୁ 
ଇନ୍ଦୁ ନୁଁହଁ ଆକାଶର ଧାରଣୀର ବନ୍ଧୁ 
ଆକାଶ ସାରା ଅନେକ ତାରା 
ଚାନ୍ଦ ମୁହେଁ ଅଳନ୍ଧୁ ଛନ୍ଦୁ ବାନ୍ଧୁ 
ଖସିଆସେ ଇନ୍ଦୁ ଧରାକୁ କାନ୍ଦୁ କାନ୍ଦୁ
ଡର ଭୟ ନାହିଁ ତାର ମା ପିନ୍ଧାଇ ଗଳାହାର 
ଉପରେ ଚାନ୍ଦକଳା ରୂପୀ ଚନ୍ଦନ ବିନ୍ଦୁ 
ବରଷା ପଡେ ଯେବେ ଆକାଶ କାନ୍ଦୁ 
ଜହ୍ନର କୋମଳ କଣ୍ଠରେ ଝାଳ ବିନ୍ଦୁ 
କେମିତି ସହିବ ଛାତି ନୀଳକଇଁର ପ୍ରୀତି 
କିଏ କାହିଁକି ନିନ୍ଦୁ ସେତ ଚାନ୍ଦର ଚନ୍ଦନ ବିନ୍ଦୁ 
ତା ପାଇଁ ଡେଇଁ ଜହ୍ନ ସାଗର ସିନ୍ଧୁ
ଆସିଛି ଧରାକୁ ବର ବେଶ ପଗଡି ବାନ୍ଧୁ 
ନୀଳକଇଁ କାହିଁକି କାନ୍ଦୁ 
ଯୌତୁକ ଦେବ ଜହ୍ନ ଟୋପାଏ ସିନ୍ଦୁର ବିନ୍ଦୁ 
କହିପାରୁ କନ୍ୟାସୁନା ନୀଳକଇଁ ଆଖିରେ ଇନ୍ଦୁ 
ବିନ୍ଦୁ ବିନ୍ଦୁ ଲୁହ ତୋର ସୃଷ୍ଟି କରେ ସିନ୍ଧୁ 
ତୁ କନିଆଁ ତୋ ବର ଚାନ୍ଦ ରୂପକ ଉଜ୍ଜଳ ବିନ୍ଦୁ 
ନୀଳକଇଁ ଭାଗ୍ୟବତୀ ଚାନ୍ଦକୁ ମନ ଦେଇ 
ଛନ୍ଦି ବାନ୍ଧି କରି ସନ୍ଧି ଭବରେ ବନ୍ଦୁ 
ଚନ୍ଦନ କସ୍ତୁରୀ ତିଳକ ତୁଳସୀ ମାଳାରେ ଛନ୍ଦୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance