ନୀଳଜହ୍ନର ମହକ
ନୀଳଜହ୍ନର ମହକ
ତୋ ନୀଳ ନୟନୁ ଝରୁଥାଏ ସଖୀ
ଜୋଛନାର ସରୁ ଧାର
ତୋ ଓଠ ଫାଙ୍କରୁ ପ୍ରୀତିର ପୀୟୁଷ
ଝରୁଥାଏ ନିରନ୍ତର I
ପ୍ରୀତିର ଆକାଶେ ନୀଳଜହ୍ନ ମୁହେଁ
ଦିଶିଯାଏ ତୋ'ର ହସ
ନୀଳ ଲଫାପାରେ ଦେଇଥିଲୁ ଚିଠି
ଥିଲା ତୋ ଦେହର ବାସ I
ସଯତ୍ନେ ସାଇତା ସେ ଚିଠିରୁ ଆଜି
ପ୍ରୀତିର ମହକ ଛୁଟେ
ନିତି ସ୍ନାନକରେ ସେ ମହକେ ସଖୀ
ମନର ଗୋପନ ତୁଠେ I
ଲୁହେ ଭିଜିଯାଏ ଇତିହାସ ପୃଷ୍ଠା
ହୃଦୟରେ ଭିଜେ ସ୍ମୃତି
ସପନ ସଉଧ ଅନ୍ଧାରରେ ଭିଜେ
ଆଖିତଳେ ଭିଜେ ପ୍ରୀତି I

