STORYMIRROR

Bijay Prusty

Romance

3  

Bijay Prusty

Romance

ନୀଳଜହ୍ନର ମହକ

ନୀଳଜହ୍ନର ମହକ

1 min
180


ତୋ ନୀଳ ନୟନୁ ଝରୁଥାଏ ସଖୀ

ଜୋଛନାର ସରୁ ଧାର

ତୋ ଓଠ ଫାଙ୍କରୁ ପ୍ରୀତିର ପୀୟୁଷ

ଝରୁଥାଏ ନିରନ୍ତର I

ପ୍ରୀତିର ଆକାଶେ ନୀଳଜହ୍ନ ମୁହେଁ

ଦିଶିଯାଏ ତୋ'ର ହସ

ନୀଳ ଲଫାପାରେ ଦେଇଥିଲୁ ଚିଠି

ଥିଲା ତୋ ଦେହର ବାସ I

ସଯତ୍ନେ ସାଇତା ସେ ଚିଠିରୁ ଆଜି

ପ୍ରୀତିର ମହକ ଛୁଟେ

ନିତି ସ୍ନାନକରେ ସେ ମହକେ ସଖୀ

ମନର ଗୋପନ ତୁଠେ I

ଲୁହେ ଭିଜିଯାଏ ଇତିହାସ ପୃଷ୍ଠା

ହୃଦୟରେ ଭିଜେ ସ୍ମୃତି

ସପନ ସଉଧ ଅନ୍ଧାରରେ ଭିଜେ

ଆଖିତଳେ ଭିଜେ ପ୍ରୀତି I

       


Rate this content
Log in

Similar oriya poem from Romance