STORYMIRROR

Suresh chandra Padhy

Fantasy

3  

Suresh chandra Padhy

Fantasy

ନୀଳାଦ୍ରି ବିଜେ ୩

ନୀଳାଦ୍ରି ବିଜେ ୩

1 min
144


ଆହେ ନୀଳାଦ୍ରି ବିହାରୀ

ନୀଳ କନ୍ଦରେ ବିଜେ କର ହରି

ତୁମ ବିନା ଶ୍ରୀ ମନ୍ଦିର ଲାଗେ ଶୂନ୍ୟ ପରି

କେତେ ଦିନ ପରେ ତୁମେ ଆସିଲ

ଭାଇ ଭଉଣୀ ଧରି ତୁମେ ଯାଇଥିଲ

ତୁମେ ଗଲା ଦିନୁ ଲକ୍ଷ୍ମୀ ରୋଷ କଲେ

ତୁମ ବିନା ସେ ତ ଏକା ହୋଇ ଥିଲେ

ଆହେ ବନମାଳୀ ଝୁଲି ଝୁଲି ଆସ

ଗୋଟି ପହଣ୍ଡି କରି

ରସଗୁଲା କୁ ତୁମେ ଲକ୍ଷ୍ମୀ ଙ୍କୁ ଦେବ

ଜଗତ ଜନନୀଙ୍କ ଅଭିମାନ ଭାଙ୍ଗିବ

ତୁମ ଦର୍ଶନ ପାଇଁ ଭକ୍ତ ହେଲେ ବ୍ୟାକୁଳ

ଭାବଗ୍ରାହି ଆସ ତୁମେ ଏବେ ଚଞ୍ଚଳ

ଆହେ ହୃଦ ସଙ୍ଖାଳି

ବାଇଶି ପାହାଚେ ଆସ ବିଜେ କରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy