STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ନୀଳାଦ୍ରି ବିହାରୀ ହେ

ନୀଳାଦ୍ରି ବିହାରୀ ହେ

1 min
163

ବନ୍ଧୁ ମହାନ୍ତି ର ବନ୍ଧୁ ଶ୍ରୀ ନୀଳାଚଳ ରେ

ଦାସିଆ ନଡ଼ିଆ ଲୋଭି କଳ୍ପବଟ ମୂଳେ

ବସିଛନ୍ତି ଚକା ଆଖି

ଲକ୍ଷେ ଶାଳଗ୍ରାମ ସ୍ଥିତ ଚକା ବଇଠି ରେ

ବନ୍ଧୁ ମହାନ୍ତି ର ବନ୍ଧୁ ଶ୍ରୀ ନୀଳାଚଳ ରେ 


ବଳରାମ ଦାସ ବାଲି ରଥର ରସିଆ

ସାଲବେଗ ଯବନ ର ଆରତ ଦଳିଆ

ଅବିରତ ଅପଲକେ

ରମଣୀୟ ହସ ତାଙ୍କ ନାଲି ଓଠ ଧାରେ

ବନ୍ଧୁ ମହାନ୍ତି ର ବନ୍ଧୁ ଶ୍ରୀ ନୀଳାଚଳ ରେ 


ଶ୍ରୀ ଜୟଦେବ ରଚନା ଶ୍ରୀ ଗୀତଗୋବିନ୍ଦ

ସଙ୍ଗେ ରସେ ଦେବଦାସୀ ଲାସ୍ୟ ନୃତ୍ୟ ଛନ୍ଦ

ରମା ରମଣ ସୁନ୍ଦର

ନୀଳାମ୍ବର,ସୁଭଦ୍ରିକା ଭଗିନୀ ସଙ୍ଗରେ

ବନ୍ଧୁ ମହାନ୍ତି ର ବନ୍ଧୁ ଶ୍ରୀ ନୀଳାଚଳ ରେ 


ନିମାଇଁ ହରିଚନ୍ଦନ ଗୀତରେ ବିମୁଗ୍ଧ

ଢଳି ଢଳି ପହଣ୍ଡି ରେ ମୋର କଳାଚାନ୍ଦ

ନନ୍ଦିଘୋଷ ରଥ ରଥି

ବଡ଼ଦାଣ୍ଡେ ବିହରନ୍ତି ମହା ସମାଦରେ

ବନ୍ଧୁ ମହାନ୍ତି ର ବନ୍ଧୁ ଶ୍ରୀ ନୀଳାଚଳ ରେ 


ଶ୍ରୀ ଚୈତନ୍ୟ ଚିତ୍ତ ଚୋର ଠାକୁର “ଜଗତ-

ନାଥ” ତେଣୁ ନାମ ବସିଛନ୍ତି ଜଗନ୍ନାଥ

ଦୁଷ୍ଟ ଦଳି ସନ୍ଥ ପାଳେ

ଦୁଃଖୀ ର ସଙ୍ଗାତ ଦୁଃଖୀ ଦୁଃଖ ବୁଝିପାରେ

ବନ୍ଧୁ ମହାନ୍ତି ର ବନ୍ଧୁ ଶ୍ରୀ ନୀଳାଚଳ ରେ 


ଏମନ୍ତ ସେ କଳା ଐରାବତ ମହାବାହୁ

ସେ ନାମ ଜପିଲେ କାଳ ନଛୁଅଁଇ ଆଉ

ମୋଖ୍ୟ ଲଭେ ମହାପାପି

ଅଭୟ ମହାର୍ଘ ତାଙ୍କ ଆର୍ଶିବଚନରେ

ବନ୍ଧୁ ମହାନ୍ତି ର ବନ୍ଧୁ ଶ୍ରୀ ନୀଳାଚଳ ରେ


କବି ପ୍ରଫୁଲ୍ଲ ବନ୍ଦନା ପଦ୍ମ ଶ୍ରୀ ପୟରେ

ମହା ଦୁଃଖେ ପଡ଼ିଛି ମୁଁ ତବ ଆଶ୍ରୟରେ

ଦୟାକର ଦୀନଜନେ

ରଖିଥାଅ ସୁଖେ, ଦୁଃଖେ ଚକ୍ର ଉହାଡରେ

ବନ୍ଧୁ ମହାନ୍ତି ର ବନ୍ଧୁ ଶ୍ରୀ ନୀଳାଚଳ ରେ 



Rate this content
Log in

Similar oriya poem from Abstract