STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ନୀଳାଚଳନାଥ

ନୀଳାଚଳନାଥ

1 min
162


ନିତି ମୋ ନୟନେ ନାଚ ନୀଳମଣି

କେତେ ଢଙ୍ଗେ କେତେ ରୂପେ,

ତୁମ ଶ୍ରୀପଦେ ମୋ ଆତ୍ମା ଥାଏ ଲାଖି

ତୁମ ନାମେ ସଦା ଭଜେ।


ନାଲି ଟୁକୁଟୁକୁ ଶ୍ରୀରଙ୍ଗା ଅଧର 

ହସେ ଜଗଜ୍ଜନ ମୋହି,

ବାଙ୍କ ଚାହାଣୀରେ କିମିଆ କରି ରେ

ବସ କରି ନେଉ ତୁ ଭାବଗ୍ରାହୀ ।


କି ଭାବ କି ରସ ଭରିଛୁ ଶ୍ରୀକ୍ଷେତ୍ରେ

ପବିତ୍ର ଅଟେ ସେ ଧାମ,

ଧୁଳି ବାଲି ଗୋଡି ଜଳ ସ୍ଥଳ ଆହା

ପବିତ୍ର ଅଟେ ତୋ ନାମ।


ସକାଳରୁ ସଞ୍ଜ ,ଦିନ ଅବା ରାତି

 ଶୁଭେ ଜୟ ଶ୍ରୀଜଗନ୍ନାଥ,

ଅନାଥର ନାଥ ତୁମେ ପରଂବ୍ରହ୍ମ

ପ୍ରଭୁ ନୀଳାଚଳ ନାଥ।

ତୁମେ ପ୍ରଭୁ ଜଗନ୍ନାଥ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational