Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ନୀଳାଚଳିଆର ଜଗମୋହନ

ନୀଳାଚଳିଆର ଜଗମୋହନ

1 min
349


ନୀଳାଚଳିଆର ଜଗମୋହନ

ଗୋପପୁରିଆର ସେ କୁଞ୍ଜବନ

ସେହି ବୃନ୍ଦାବନ, କରିବି ଦର୍ଶନ

ଧନ୍ୟ ହେବ ମୋର ଜୀବ ଜୀବନ

     ଦେଖି ତାର ଚକାନୟନ ।


ରତ୍ନ ସିଂହାସନେ ସେ ଦାରୁବ୍ରହ୍ମ

ଦାରୁବ୍ରହ୍ମ ସ୍ୱୟଂ ସେ ପରଂବ୍ରହ୍ମ

ସେହି ପରା ରାମ, ସେହି ପରା ଶ୍ୟାମ

ସେହି ପରା ସାରା ବ୍ରହ୍ମାଣ୍ଡ ପ୍ରାଣ,

      ଧନ୍ୟ ହେବ ମୋର ନୟନ ।


ଚରଣ ପାଦୁକା ଚରଣେ ଉଦକ

ପାଇଗଲେ ଥରେ ଜୀବନ ସାର୍ଥକ

କଲେ ପଦ ଧ୍ୟାନ, ମନେ ପ୍ରତିକ୍ଷଣ

କୃପା ମିଳେ, ମିଳେ ବୈକୁଣ୍ଠେ ସ୍ଥାନ

     ସେବି ତାର ପଦ୍ମଚରଣ ।


ମାଆଙ୍କ ରାନ୍ଧଣା ଆନନ୍ଦ ବଜାରେ

ପ୍ରଭୁ ସେବାପରେ ଅବଢ଼ା ନାମରେ

ତାହାର ମହିମା, ଅଟେ ଅକଳନା

ପୁଞ୍ଜେ ପାଇଗଲେ ପବିତ୍ର ପ୍ରାଣ,

     ମୁକ୍ତି ମିଳେ ମର୍ତ୍ତ୍ୟ ଭୁବନ ।



Rate this content
Log in

Similar oriya poem from Inspirational