ନୀଳାଚଳ ନିବାସୀ ହରି
ନୀଳାଚଳ ନିବାସୀ ହରି
କେ କୁହେ ତୋତେରେ ଜଗତ ଈଶ୍ୱର
କିଏ କୁହେ ମହାକାଳ
ସବୁ ଡାକ ତୋର କାନେ ପଡୁଥାଏ
କର୍ମ ଜାଣି ଦେଉ ଫଳ I
କିଏ ଡାକେ ତୋତେ ରାମ ରାମ ବେଲି
କେ ଡାକଇ ଚକ୍ରଧାରୀ
ସବୁ ନାଁ ରେ ତୁ ଗୋଟିଏ ଠାକୁର
ନୀଳାଚଳବାସୀ ହରି I
ପଦ୍ମନାଭ ନାମ ଜଗତେ ଖ୍ୟାତ ତୁ
ଲକ୍ଷ୍ମୀପତି ଜନାର୍ଦ୍ଦନ
ବଡ ମାୟାବୀ ତୁ ଚକାଆଖିଆରେ
ଶ୍ରୀଧର ମଧୁସୁଦନ I
କିଏ ଦେଖେ ତୋତେ ବାମନ ରୂପରେ
ନୃସିଂହ ରୂପରେ କିଏ
ଗୋବନ୍ଦ ନାମରେ ଡାକିଦେଲେ ଥରେ
ଜୀବ ମୁକ୍ତି ପାଇଯାଏ I
କହ କି ଅଭାବ ପଡିଲା ବୋଲିରେ
କାଠରେ ଗଢିଲୁ ତୋତେ
ସଭିଙ୍କର ଭାଗ୍ୟଡୋରୀ କଳାକାହ୍ନୁ
ଧରିଛୁ ଖଣ୍ଡିଆ ହାତେ I
ଭାବରେ ବନ୍ଧା ତୁ ଭାବ ବିନୋଦିଆ
ମାଧବ ମାଧବ ହରି
ବିଷ୍ଣୁ ନାମ ତୋର ତୁଣ୍ଡେ ଧରିଦେଲେ
ଭବସିନ୍ଧୁ କରୁ ପାରି I
