ନୀଳାଚଳ ଧାମ
ନୀଳାଚଳ ଧାମ


ମର୍ତ୍ତ୍ୟର ବୈକୁଣ୍ଠ ନୀଳାଚଳ ପୀଠ
ବିଜେ ଶ୍ରୀ ପୁରୁଷୋତ୍ତମ
ଦଶ ଯୋଜନର ପରିବ୍ୟାପ୍ତ ସେହି
ସେ ପୁରୁଷୋତ୍ତମ ଧାମ ।
ଗୟାସୁର ବଧ କାଳେ ବିଷ୍ଣୁଦେବ
ହସ୍ତ ଶଙ୍ଖ ରଖିଥିଲେ
ଚାରି ଧାମ ମଧ୍ୟେ ଶ୍ରେଷ୍ଠ ଏହି ଧାମ
ଶଙ୍ଖକ୍ଷେତ୍ର ନାମ ଦେଲେ ।
ଜ୍ଞାନ ଓ ଭକ୍ତିର ଉଦି୍ୟାନ ପୀଠ
ବୈକୁଣ୍ଠର ମୁଖ୍ୟ ଦ୍ୱାର
ନୀଳମଣି ନୀଳ କନ୍ଦରରେ ବିଜେ
&nbs
p; ନୀଳାଦ୍ରି ନାମଟି ତାର ।
ମାତା ଲକ୍ଷ୍ମୀଙ୍କର ନାମରେ କ୍ଷେତ୍ରଟି
ନାମଟି ସିନା ଶ୍ରୀ କ୍ଷେତ୍ର
ପୁରୁଷ ଉତ୍ତମ ବିଜେ କରିଛନ୍ତି
ସେ ପୁରୁଷୋତ୍ତମ କ୍ଷେତ୍ର ।
ଦଶ ଅବତାର ହୁଅନ୍ତି ବିଗ୍ରହେ
ଦଶ ଅବତାର କ୍ଷେତ୍ର
ଚାରି ଯୁଗ ଅବତାରକୁ ଦେଖଇ
କଳିଯୁଗ ଭକ୍ତ ନେତ୍ର ।