Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

4  

Bijay Prusty

Romance

ନୀଳ ସମ୍ମୋହନ

ନୀଳ ସମ୍ମୋହନ

1 min
274



ଭଲ ପାଇବାର ନିରିହ ପଣରେ

ଦେଖେ ତୋତେ ସଖୀ ନିତି

ଫୁଲ ବଦଳରେ କଣ୍ଟା ଫୁଟାଇ ତୁ

ରକ୍ତାକ୍ତ କରୁ ମୋ ଛାତି I


ନୀଳ ନଗରୀର ନାୟିକା ତୁ ମୋର

ନୀଳ ନୀଳ ତୋର ମନ

ତୋ ହୃଦୟ ତଳ ବିଶାଳ ଆକାଶେ

ମୁଁ ଏକ ଅଲୋଡା ଜହ୍ନ I


ନୀଳ ନିରିଜନେ ନୀଳପରୀ ତୁ ଲୋ

ନୀଳ ନୟନରେ ଚାହିଁ

ମୋ ମନତଳର ସୁନୀଳ ସାଗର

ଗଭିରତା ଦେଲୁ ଛୁଇଁ I


ନୀଳ ଉପତ୍ୟକା ଘଞ୍ଚ ବନାନୀରେ

ତୋ କଥାକୁ ଭାବି ଭାବି

ତୋ ନୀଳ ମନର ସୀମାରେଖା ଡେଇଁ

ପାଲଟି ଗଲି ମୁଁ କବି I


ନୀଳ ଆକାଶର ବିଶାଳ ଛାତିରେ

ନୀଳଜହ୍ନ ଗଲେ ଉଇଁ

ତୋ ନୀଳ ଆଖିର ଚାହୀଣୀ ଲୋ ସଖୀ

ଯାଏ ମୋତେ ଛୁଇଁ ଛୁଇଁ I


ନୀଳ ସରୋବର ନୀଳ ଜଳରାଶି

ନୀଳ ନୀଳ ପ୍ରୀତି ସ୍ୱନ

ନୀଳ ସପନର ନୀଳ ନାୟିକା ତୁ

ମୁଁ ନୀଳକଇଁର ମନ I


କେତେ ରାଗ ଋଷା ମାନ ଅଭିମାନ

ତା ବାଟରେ ଆସେ ଯାଏ

ତୋପାଇଁ ଲୋ ସଖୀ ନିତି ନୂଆ ଗୀତ

ନିଜେ ଲେଖେ ନିଜେ ଗାଏ I

         


Rate this content
Log in

Similar oriya poem from Romance