STORYMIRROR

Kalandi pal

Inspirational

3  

Kalandi pal

Inspirational

ନୀଳ ସାଗର କୂଳେ

ନୀଳ ସାଗର କୂଳେ

1 min
396

ନୀଳ ସାଗର କୂଳେ

      ନୀଳ ବଉଦ ତଳେ

ବସିଅଛ ଜଗବନ୍ଧୁ ବଡ଼ ଦେଉଳେ ।


ତୋର ସିଂହ ଦୁଆର

     ବୈକୁଣ୍ଠ ମୁଖଶାଳ

ତୋର ମନ୍ଦିର ବେଢା

      ମର୍ତ୍ତ୍ୟ ବୈକୁଣ୍ଠ ପୁର

ବାଇଶି ପାହାଚେ ପାଦ

      ପାପ ହରେ ସକଳେ ।


ଶୁଣିଲେ ନାମ ସାର

       ମିଳେ ମୁକତି ଦ୍ୱାର

ଦର୍ଶନେ ପ୍ରଭୁ ତୋର

       ମନ ହୁଏ ବିଭୋର

ତୋ ଅବଢ଼ା ଅନ୍ତେ ପଡେ

        ନିର୍ବାଣ ପଥ ମିଳେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational