STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Romance

3  

ପ୍ରିୟଦର୍ଶିନୀ ମହାନ୍ତି

Romance

ନୀଳ ପ୍ରେମେ

ନୀଳ ପ୍ରେମେ

1 min
452


କି ଅବିର ସତେ ମାଖିଲ ଗୋ ଶ୍ୟାମ

   ଛାଡୁନାହିଁ ଦେହୁ ରଙ୍ଗ,

ତୁମ ନୀଳରଙ୍ଗ ପରଶ ମାତ୍ରକେ

   ରଙ୍ଗାୟିତ ହେଲା ଅଙ୍ଗ।


ତଵ ବଂଶୀ ସ୍ଵନ ବ୍ୟତୀତ ଆଉ ଯେ

   କିଛି ଶୁଭୁନାହିଁ ମତେ,

ହୃଦୟେ ଥାପିଣ  ନିରନ୍ତେ ପୂଜୁଛି

   ଆଉ କାଁହୁ ଯିବି ସତେ।


ନୀଳମୟ ବିଶ୍ୱ  ହୁଏ ପ୍ରତିହତ

  ତୁମ ପ୍ରେମେ ଗଲେ ହଜି,

ଦିବାନିଶି ଲାଗେ  ଏକାକାର ସବୁ

   ତଵ ନାମ ଗଲେ ମଜି।


ଛାନ୍ଦାୟିତ ପଦ ଯୁଗଳ ତୁମର

   ମୟୂର ଚନ୍ଦ୍ରିକା ଶୋହେ,

ସ୍ମିତହାସ୍ୟ ସହ ବଙ୍କୀମ ଚାହାଣୀ

 ଗୋପିଙ୍କର ମନ ମୋହେ।


ରକ୍ତିମ ପୟରେ ମୋ ହୃଦ କନ୍ଦରୁ

   ନୀଳ କଇଁ ସମର୍ପିଲି,

ଜଳେ, ସ୍ଥଳେ ତଵ ପ୍ରତିବିମ୍ବ ଦେଖି

   ନୀଳ ପ୍ରେମେ ପଡ଼ିଗଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance