STORYMIRROR

Debadatta Jena

Abstract Romance Thriller

3  

Debadatta Jena

Abstract Romance Thriller

ନୀଳ କଲ୍ଲୋଳ.

ନୀଳ କଲ୍ଲୋଳ.

1 min
257


ଇନ୍ଦ୍ରଧନୁ.. 


ନୀଳ ଦେହେ ତୁମ 


ନୀଳାମ୍ବୁ ଚାଦର ଅବା 


ନୀଳ ମେଘି ତନୁ,ନୀଳାଭ୍ରୁ ଅବିର, 


ଏବେ ଶୀତ ଋତୁ, 


ଶୀତୁଆ ଲହର, ଅବା ସେ 


ଶୀତର ଶୀତୋଷ୍ନ କହର, 


ତୁମେ ତ ଶୀତୋଇ,ଶୀତ ରାଣୀ


ତୁମେ ହେମବତୀ,ହିମ କାକର, 


ଅବା ସେ ହିମ ହୈମନ୍ତ ଆସର, 


ହିମାଦ୍ରୀ ନନ୍ଦିନୀ,ହେମବତୀ ତୁମେ 


ହେମ ଶିଶିରର ମୃଦୁ ମହ୍ଲାର,


ଶୀତଳ ସମୀର, ମନ୍ଦ ମଳୟ 


ତୁମେ ସେ ମଧୁର ଆସ୍ତରଣ..!


ସପ୍ତରଙ୍ଗୀ.. 


ତୁମ ରଂଗ ତ ସ୍ମୃତି ଜହର, 


ତୁମେ ଅଛ ସିନା, ସ୍ମୃତି ସିନ୍ଦୁକରେ 


ପଲକରେ ନୀଳ ଚହଁର, 


ଫେରିବ କି ତୁମେ, ସିନ୍ଦୁରିମା ଆଙ୍କି, 


ସାଜି ଆକାଶରେ ସଜ ଫୁଆର, 


ନୀଳ ଆମ୍ବୁଦର ମେଘ ରାଣୀ ତୁମେ 


ସାଜିବ ଅପୂର୍ବ ସମ୍ଭାର, 


ତୁମ ରକ୍ତିମ କୁଙ୍କୁମ ଅଧର, 


ସେ ରଂଗ ଶୋଭା ପ୍ରାଣ ପ୍ରାଚୁର୍ଯ୍ୟରେ 


ରୂପରେ ଉପମା ବିଭୋର, 


ନୀଳ ସିଂଧୁ ଜଳେ,ନୀଳାଦ୍ରି ନିଳୟ, 


ନୀଳ ଜଳଦ ତନୁ ପୟର, 


ନୀଳାଭ୍ରୁ ନୟନା, ଭ୍ରୁଲତା କମ୍ପନେ 


ନୀଳ ରଶ୍ମୀ ନୀଳ କଲ୍ଲୋଳ..!


 





 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract