STORYMIRROR

Kulamani Sarangi

Romance

3  

Kulamani Sarangi

Romance

ନୀଳ କଇଁ ଯେ ଉଠଇ ନାଚି

ନୀଳ କଇଁ ଯେ ଉଠଇ ନାଚି

1 min
309


ନୀଳ କଇଁ ଯେ ଉଠଇ ନାଚି ହଜାଇ ଆଖି ତନ୍ଦ୍ରା

ଡେରି କରନା ନିଦରୁ ଉଠ ମୋ ପ୍ରିୟା ମଧୁଛନ୍ଦା

ଯାଇଛି ତୁମ ଆଖିର ଧାରେ କେତେଯେ ନିଦ ଭରି

ପୂରିଯାଇଛି ମନ ଯେ କେଉଁ ପଦ୍ମରାଗ ଝରି

ଭରି ଉଠିଛି କଳକଲ୍ଲୋଳେ ମନର ଅଳକନନ୍ଦା।

ଡେରି କରନା ନିଦରୁ ଉଠ,,,,,,,,

ମୋ ସପନ ଯେ କାଗଜ ଫୁଲ ତୁମରି ଗନ୍ଧ ବିନା

ମନ ରାଗିଣୀ ତୁମ ବିହୁନେ ହୁଏଯେ ଛନ୍ଦ ହୀନା

ଜାଣନା ତୁମେ ଏ ମନ ତୁମ ପ୍ରୀତି ଡୋରିରେ ବନ୍ଧା

ଡେରି କରନା ନିଦରୁ ଉଠ,,,,,,,,,

ଚାହିଁ ରହିଛି ଭାଙ୍ଗିଲେ ନିଦ ଅଳସ ଦୂର କରି

ସଜାଡି ଦେବି ମୁକୁଳା ତୁମ ସୁଗନ୍ଧିତ କବରୀ

ଓଠେ ଚୁମ୍ବନ ରହିଛି ଚାହିଁ ଛଡାଇବାକୁ ତନ୍ଦ୍ରା ।

ଡେରି କରନା ନିଦରୁ ଉଠ,,,,,,,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance