Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Action Fantasy

4  

Mr.GAGAN BIHARI NAYAK

Action Fantasy

ନଈ

ନଈ

1 min
749



ନଈ ତୁ... 

ଯା'ବହି...

ମୋ' ପ୍ରିୟାର ଗାଁ ଦେଇ। 

ଢେଉ ଢେଉକା ଶୋରିଷ କ୍ଷେତ

ସପନ ଦେଖେ ଶୋଇ

ଲଣ୍ଡା ପାହାଡ ଟାଙ୍ଗରା ଭୁଇଁ 

ହସେଦାନ୍ତ ନେଫେଡେଇ।0।


କେତେ କାହାର ଅଳତା ପାଦ।

ତୁଠ ପଥରେ ଘଷି ।

ହଜେଇ କିଏ ପାଦ ପାଉଁଜି 

ମନ ଦୁଃଖରେ ବସି ।

କେତେ କାହାର ପାଦଚିହ୍ନର

ହେଇଛୁ ମୂକସାକ୍ଷୀ ।

କଅଁଳ ଦେହ ଶୀତ ଋତୁରେ

ଯାଇଛୁ କେତେ ଛୁଇଁ ।।(୧)


ସବୁଜ କ୍ଷେତ ନଈ ସେ ପାରେ ।

ପ୍ରିୟାର ଗାଁ' ଦିଶେ ।

ସେଇ ଗାଁ'ର ଫୁଲ ଫୁଟିଲେ

ମୋ'ଗାଁ ଭାରି ବାସେ ।

ଗଙ୍ଗ ଶିଉଳୀ ରଜନୀଗନ୍ଧା

ପ୍ରିୟା ଖୋସାରେ ଖୋସେ  

ଜହ୍ନ ଉଇଁଲେ ସେଇ ଗାଁ'ରେ

ହସ ମୋ ଗାଁ' କଇଁ ।।(୨)


Rate this content
Log in

Similar oriya poem from Action