STORYMIRROR

Sabita Nayak

Abstract

3  

Sabita Nayak

Abstract

ନଈ

ନଈ

1 min
428


ଝିଅ ଆଉ ନଈ ଉଭୟ ସମାନ

ନଈର ପ୍ରଥମ ନାମ ଝରଣା

ଅଲିଅଳି,ସୁକୁମାରୀ

ପାହାଡି ମାଆର ଗେହ୍ଲାଝିଅ

ଅତି ଆନନ୍ଦରେ

ସମଗ୍ର ବନଭୂମିକୁ ଆହ୍ଲାଦିତ କରି

କୁଳୁକୁଳୁ ନାଦକରି

ବହିଯାଏ ଦୂରରୁ ଦୂରକୁ।

ଯେପରି କୁନି ଝିଅଟିଏ

ପାଦରେ ନୂପୁର ନାଇ

ରୁଣ୍ ଝୁଣ୍ ଶବ୍ଦରେ କିଣିନିଏ

ସଭିଙ୍କ ମନ

ତା'ର ଖିଲିଖିଲି ନିଛ୍ଛନ୍ଦିଆ ହସ

ଆପଣାର କରିଥାଏ

ସମସ୍ତ ଆପଣାର ଲୋକଙ୍କୁ।


ନଈ ଆଉ ଝିଅ

ଉଭୟ ଯୌବନରେ ପଦାର୍ପଣ କରନ୍ତି

ଚଲାପଥରେ ନିଃସ୍ବାର୍ଥପର ଭାବେ

ସମସ୍ତଙ୍କୁ ସାହାଯ୍ୟ କରନ୍ତି

ହସି ହସି ଅନ୍ୟର ଘର ବସାନ୍ତି।


ନଈ ଆଉ ଝିଅ

ମର୍ଯ୍ୟଦାରେ ରହିଲେ

ସମ୍ମାନ ପାଆନ୍ତି

ସମାଜର ମଙ୍ଗଳ କରନ୍ତି

ସମସ୍ତେ ଶାନ୍ତି ଓ ସୁଖରେ ରହନ୍ତି।


ନଈ ଆଉ ଝିଅ

କୂଳ ଲଙ୍ଘିଲେ

ସମାଜର କ୍ଷତି ହୁଏ

ନଈ କୂଳ ଲଙ୍ଘିଲେ

ଚାରିଆଡେ ହା ହା କାର ଖେଳିଯାଏ

ଝିଅ ମର୍ଯ୍ୟଦା ଲଙ୍ଘିଲେ

ସମାଜରେ ବଦ୍ ନାମ ହୁଏ।


ନଈ ଆଉ ଝିଅ

ଉଭୟ ସ୍ବପ୍ନ ଦେଖନ୍ତି

ନିଜ ମନର ମଣିଷ ସହ ମିଶିବାକୁ

ଏକ ଲକ୍ଷ୍ୟ ହୋଇ ଉଦ୍ୟମ କରନ୍ତି


ନଈ ଆଉ ଝିଅ

ମନର ମଣିଷ ସହ

ମିଶିଗଲା ପରେ

ନିଜ ଅସ୍ତିତ୍ତ୍ବ ହରାନ୍ତି

ଅଣନିଃଶ୍ବାସୀ ହୋଇ ନିଜ

ପରିଚୟ ଖୋଜନ୍ତି।


ନଈ ଆଉ ଝିଅ

ଗୋଟିଏ ସ୍ଥାନରେ ଜନ୍ମ ନିଅନ୍ତି

ଆଉ ଗୋଟିଏ ସ୍ଥାନରେ ସମାଧି।


ନଈ ଆଉ ଝିଅ

ଆଗକୁ ଗଲାପରେ

ଆଉ ପଛକୁ ଫେରି ପାରନ୍ତିନି।


Rate this content
Log in

Similar oriya poem from Abstract