STORYMIRROR

Madhabi Patel

Inspirational

3  

Madhabi Patel

Inspirational

ନଈ

ନଈ

1 min
194


ନଈରେ ନଈରେ ଧାଉଁତୁ କାହିଁ

ସାଗର ସଗମେ ମିଶିବା ପାଇଁ।

ପାହାଡିକନ୍ୟା ତୁ ଚିର ଚଞ୍ଚଳା।

ଧାଇଁଯାଉ ଲଙ୍ଘି ଗିରି ମେଖଳା।

ଜଳଦାନେ ତୋର ସାଗୁଆ କ୍ଷେତ

ଲହରାଏ ଯେହ୍ନେ ସାଗୁଆ ନେତ।

ଶସ୍ୟ ସମ୍ଭାରରେ ଅମାର ଭରେ

ଜଗତ ବାସୀଙ୍କ ଭୋକକୁ ମାରେ।

ବାଧାବିଘ୍ନ ଯେତେ ଆସଇ ପଥେ

ସଂକୁଚିତ ହେଇ ଚାଲୁ ନିରତେ।

ଆଗକୁ ବଢିବା ତୋର ଧରମ

କରି ଚାଲିଥାଉ ପୁଣ୍ୟ କରମ।

ତରଳ ମଧୁର ତୋହର ନୀର

ଜୀବନ ଅଟଇ ବୃକ୍ଷ ପ୍ରାଣୀର।

କେତେ ମହତ ତୋ ଅଟେ ଜନମ।

ଲକ୍ଷସ୍ଥଳ ସାଗରର ସଙ୍ଗମ।

ମଧୁରତା ଛାଡି କ୍ଷାର ତୁ ହେଉ

ସାଗର ପ୍ରୀତିରେ ବିଲୁପ୍ତ ହେଉ।

ଉତ୍ସର୍ଗିତ ଅଟେ ତୋର ଜୀବନ

ପୁଣ୍ୟକର୍ମ କରି ପାଉ ସୁନାମ।

ମାଧବୀପଟେଲ।ଝାରସୁଗୁଡା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational