STORYMIRROR

Kishore Nayak

Children

3  

Kishore Nayak

Children

ନଈ ରେ ନଈ

ନଈ ରେ ନଈ

1 min
84

ଶିଶୁ ଓ କିଶୋରମାନଙ୍କ ନିମନ୍ତେ କବିତାଟିଏ 


ନଈ ରେ ନଈ 

ଯାଉଛୁ ବହି 

କେତେ ଗାଁ ଗଣ୍ଡା ସହର ଦେଇ ll

ବଣ ଜଙ୍ଗଲ 

ପାହାଡ଼ ଘେରା 

କୁଳୁକୁଳୁ ନାଦେ ବହୁଛୁ ପରା ll

ଅଙ୍କା ବଙ୍କାରେ 

ତୋହର ଗତି 

ବହି ଯାଉଛୁ ତୁ ସାଗର କତି ll

ତୋହରି କୂଳେ 

କେତେ ସଭ୍ୟତା 

ବଢ଼ାଇଛି ତୋ ଗୌରବ ଗାଥା ll

ମୂକ ସାକ୍ଷୀତୁ 

ଅଟୁରେ ନଈ 

କାଳ କାଳକୁ ଯାଉଛୁ ବହି lll

ଇତିହାସ ଓ 

ପୁରାଣ କଥା 

ତୋହରି ସାଥେ ହୋଇଛି ଗୁନ୍ଥା ll

କେତେ ଯେ ତୀର୍ଥ 

ତୀରରେ ତୋର 

ଗଢି ଉଠିଛି ମଠ ମନ୍ଦିର ll

ମୂର୍ତ୍ତିକା କରୁ 

ଶସ୍ୟ ଶ୍ୟାମଳା 

ବକ୍ଷରେ ଧରୁ କେତେ ମଇଳା ll

ଆଦିମାନବ 

କରିଲା ବାସ 

ତୋହରି କୂଳେ ଶିଖିଲା ଚାଷ ll

ତୋହରି ପାଣି 

ମଡ଼ାଇ କ୍ଷେତେ 

ଉପୁଜାଇଲା ଫସଲ କେତେ ll

ଜୀବ ଜଗତ 

ଜୀବନ ଧାରା 

ନଈ ରେ ନଈ ଅଟୁ ତୁ ପରା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children