STORYMIRROR

Mahesweta Panigrahi

Drama

3  

Mahesweta Panigrahi

Drama

ନିଃସଙ୍ଗତା

ନିଃସଙ୍ଗତା

1 min
150


ନିଃସଙ୍ଗତା ନିଜର ସେ

ସଙ୍ଗ ଠାରୁ ଭଲ,

ଧୂଳି ଝଡ ପ୍ରାୟେ ସେ ତ

ହୁଏ ନାହିଁ ପର,

ଦିଏ ଯେତେ ଦୁଃଖ ଜାଣି

ଅତ୍ୟନ୍ତ ନିଜର,

ଦୁଃଖ ଜାଣି ଭୋଗି ନେବା

ଆୟତ୍ତ ଟି ମୋର।


କିଛି କଥା କିଛି ବ୍ୟଥା

ଅଙ୍ଗେନିଭା ମୋର,

ବାଣ୍ଟି ହୁଏ ନାହିଁ ତାହା

ଦୁନିଆ ଟା ପର,

କହିବି ହୁଏନି ସେ ତ

ସହିବା ନିଷ୍ଠୁର,

ଦୁଃଖେ ହସେ ସଂସାର ଟା

ସୁଖେ ବହୁ ଦୂର।


ଅପହଞ୍ଚ ଦୂରତା ସେ

ତୁମର ସାହାରା,

ମିଳେ ପୁଣି ହଜେ କେବେ

ନିଶା ତା' ନିଆରା,

ଘଡିସନ୍ଧି ମୁହୂର୍ତ୍ତ ରେ

କୂଳ କି କିନାରା,

ଠାବ ପାଏ ନାହିଁ ସେ ତ

ସଦା ସ୍ବପ୍ନ ଝରା।


ଖୋଜୁଥାଏ ମନ ଯେବେ

କେହି ଅତି ପ୍ରିୟ,

କାଟିବାକୁ କିଛି କ୍ଷଣ

ସମୟ ଟି ଶ୍ରେୟ,

ହଜିଯାଏ ମଜ୍ଜିଯାଏ

ମାନି ତାକୁ ଧ୍ୟେୟ,

ନ ମିଳିଲେ ବାଧା ଯେତେ

ସେ ତ ନିଶ୍ଚେ ଅନୁମେୟ !




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama