Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Sahadev Behera

Romance

2  

Sahadev Behera

Romance

ନିଦର ଅଗଣା

ନିଦର ଅଗଣା

1 min
50



ସଞ୍ଜ ନଇଁ ଗଲେ ନିଦର ଅଗଣା

   ବିଛାଇ ଦିଏ ତା ଶେଯ

ଭାରି ଅଭିମାନୀ ମୋ ପ୍ରିୟା ସୁନ୍ଦରୀ

    ଲାଗେ ଭାରି ତାକୁ ଲାଜ ll1


ଛୁଇଁ ଦେଲେ ତାକୁ ଚମକି ଉଠେ ସେ

    ଲାଜରେ ପଡେ ତରଳି

ନ ଦେଖିଲେ ଥରେ ସପନ ଆଖିରେ

   ହେଉ ଥାଏ ସିଏ ଭାଳି ll2


ଅନ୍ଧାର ରାତିକୁ ଭାରି ସେ ଡରଇ

   ଡରେ ବିଜୁଳି ଚମକ 

ସେଇ ଅନ୍ଧାରରେ ଖେଳଇ ତା ଦେହେ

   ପ୍ରୀତିର ମିଠା ପୁଲକ ll3


କଡ ଲେଉଟାଏ ଅଳସ ଦେହରେ

    ଦେହେ ଯେବେ ଥାଏ ତାତି

ସେ ତାତିରେ ସିଏ ଜଳାଏ ଦେହକୁ

    ନଥାଏ ମନେ ତା ଭିତି ll4


ସକାଳ ହେବାକୁ ଖୋଜେ ନାହିଁ ମନ

    ଖୋଜେ ବର୍ଷା ଭିଜା ରାତି

ସେହି ବରଷାରେ ମୋତେ ସେ ଭିଜାଏ

    ଅଜାଡି ପ୍ରେମ ପୀରତି ll5


Rate this content
Log in