STORYMIRROR

BISWESWAR MAJHI

Inspirational

3  

BISWESWAR MAJHI

Inspirational

ନିଧି ବୁଢାର ବିଚାର

ନିଧି ବୁଢାର ବିଚାର

1 min
194

ବିଶ୍ୱେ ବିପର୍ଯ୍ୟୟ ଭରି ଆସିଲା ଭାରତ

ହେଳାକଲେ ଜନସଂଖ୍ୟା ହେବ କ୍ଷୟ ଦୃତ

ନିଧି ବୁଢା ଦାଣ୍ଡ ଘରେ କରୋନା ଭାଇରସ

ମୁହଁ ମାଡି ପଡିଅଛି ମନ ତା ବିରସ

ପରିବାରକୁ ବସାଇ ବୁଝାଏ ମଉସା

କରୋନାକୁ ଡର ନାହିଁ କର ତା ବେଉସା

ହାତକୁ ରଖିବା ସଫା ଖାଇବା ଗରମ

ପିଇବା ଗରମ ପାଣି ପକାଇ ରସୁଣ

ଅଯଥାରେ ଭିଡ ଭାଡ ଜାଗାକୁ ନଯିବା 

ନୋଅଟ କାରବାରକୁ ବାରଣ କରିବା

ଡିଜିଟାଲ ପେମେଣ୍ଟରେ କରି କିଣାବିକା

କରୋନା ଭାଇରସକୁ କର ଅଣଦେଖା

ସାନିଟାଇଜର ହାତରେ ଲଗାଇ ସହସା

ନାକ ପାଟି ଆଖି ଛୁଇଁବାକୁ ଟି ଭରସା

ଶୀତତାପ ନିୟନ୍ତ୍ରଣ କରି ପରିହାର

ରବି କିରଣକୁ ନିଶ୍ଚେ କରିବା ଆହାର

ଆରସେନିକ୍-୩୦ ହୋମିଓ ପ୍ରତିଷେଧକ

ନେଇ ଆମ ଶରୀରକୁ କରିବା ନିରୋଗ

ଆସୁଛି ଚଡକ ଯାତ ଉଡା ଝାମୁ ଯାତ

ବେଳ ଥାଉଁ ସାବଧାନ ନିଧି ବୁଢା ମତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational