STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ନିଦାଘ

ନିଦାଘ

1 min
158

ଏଇ ନିଦାଘ ବେଳ କେତେ ନିର୍ଦ୍ଦୟ ହୋଇଛି

ନା ଶାନ୍ତିରେ ରହି ହେଉଛି ନା କର୍ମ କରି ହେଉଛି

ନିଦାଘ କେତେ ଦାରୁଣ ଦୁଃଖ ଦେଉଛି

ଦେହ ଓ ମନକୁ ଦୁର୍ବଳ କରି ଦେଉଛି

ସୂର୍ଯ୍ୟଙ୍କ ପ୍ରଚଣ୍ତ ତାପ ଆଜି ଭାରି କଷ୍ଟ ଦେଉଛି

ନିଦାଘ ବେଳରେ ଦେହ ଖାଲି ବିଶ୍ରାମ ଖୋଜୁଛି

ନା ଶାନ୍ତିରେ ପଢି ହେଉଛି ନା ଟିକେ ବସି ହେଉଛି

ଝାଳରେ ଦେହ ଜର ଜର ହୋଇ ଯାଉଛି

ବାଟୋଇକୁ ପଚାର ନିଦାଘ ବେଳଟା କେତେ ନିଷ୍ଠୁର ଦେଉଛି

ନା ସେ ଚାଲି ପାରୁଛି ନା ଆଗକୁ ବଢ଼ି ପାରୁଛି

ଖାଲି ଝଙ୍କାଳିଆ ଗଛ ଦେଖି ଥକା ମାରୁଛି

ନିଦାଘ ବେଳରେ ଗଳାଟା ସୁଖି ଯାଉଛି

ନା ଖାଇବାକୁ ଇଚ୍ଛା ହେଉଛି ନା ରାତିରେ ଶୋଇ ହେଉଛି

ଭୀଷଣ ଗୁଳୁ ଗୁଳି ବିରକ୍ତ କରି ଦେଉଛି

ନିଦାଘ କାଳରେ କୂପ ସୁଖି ଯାଉଛି

ନା ପାଣି ମିଳୁଛି ନା ବର୍ଷା ହେଉଛି

ସବୁ ଆଡ଼େ ଖାଲି ହାହାକାର ଶୁଭୁଛି

କେବେ ଏ ନିଦାଘ ବେଳ ଯିବ ଚାହିଁ ରହିଛି

ପ୍ରକୃତି ରାଣୀ ଶୁଷ୍କ ହୋଇ ପଡିଛି 

ଋତୁ ଚକ୍ରର ପରିବର୍ତ୍ତନକୁ ପ୍ରତୀକ୍ଷା କରିଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational