ନିଦାଘ ଯାତନା
ନିଦାଘ ଯାତନା
ଗ୍ରୀଷ୍ମର ପ୍ରଭାବେ ସନ୍ତପ୍ତ ଜୀବ ପ୍ରାଣ
ନିଦାଘର ପ୍ରଚଣ୍ଡ ରଶ୍ମି ହରେ କଇଁ ପ୍ରାଣ l
ଖଣ୍ଡ ବାଦଲର ପ୍ରଖର ଗତି ସାଥେ ବାୟୁ
କହେ ଧୈର୍ଯ୍ୟ ଧର ହେ ଜୀବ ନୁହଁ ଅଳ୍ପାୟୁ ।
ତୁମ ସାଥେ ଅଛି ମୁଁ ସଦା ମହୀ ପୃଷ୍ଠେ
ନକରିବି ତୁମକୁ ବ୍ୟସ୍ତ ଜମା ଅତିଷ୍ଟେ l
ନିଦାଘ ବର୍ଷଣ କରିଚାଳନ୍ତି ଦିନ ମଣି
ପାଳି ତାଙ୍କ ସତ୍ୟ ବିଭୁ ପାଶେ ବଖାଣି l
ଷଡ଼ ଋତୁଚକ୍ରର ମୂଳ ସ୍ରଷ୍ଟା ସେ ଭାନୁ
ନାହିଁ ନାହିଁ କରନ୍ତି ସଦା ଯିବାକୁ ସଦନୁ l
କଇଁ କାନ୍ଦେ କଇଁ କଉଁ ଆକାଶକୁ ଚାହିଁ
ହେ ଚାନ୍ଦ ଗଲ କୁଆଡ଼େ ତୁମ ଦେଖା ନାହିଁ l
କଳିକା ସାଜି ମୁଁ ରହିଛି ତୁମ ବାଟକୁ ଚାହିଁ
ଫୁଟିବାକୁ ସଦ୍ୟ କଡ଼ିରୁ ତାଜା ଫୁଲ ହୋଇ l
ଆସ ଆସ ହେ ପ୍ରିୟ ଚାନ୍ଦ ଡାକେ କଇଁ
ତଡ଼ାଗ ବିଦାରି ଜଳେ ଧାଇଁ ଯାଏ ଧଇଁ ସଇଁ l
ଜୀବାଣୁ ବାପୁଡ଼ା ମରନ୍ତି ହୋଇ ଛଟ ପଟ
ରୋଗର ପ୍ରଭାବୁ ମୁକ୍ତ ଜୀବ ପାନ୍ତି ଶାନ୍ତି ପଟ୍ଟ l
ମନ ଯାଏ ମରି ପ୍ରଜାପତିର ନପାଉ ପତର
ଅଣ୍ଡା ଦେବାକୁ ହୁଅଇ ସେ ସଦା ବଡ଼ ବିକଳ l
ବରଷା ବାରିକୁ ଚାହିଁ ବସେ ସେତ ସତ୍ୱର
ନଥାଏ ତାମନେ କେବେ ତା ପାତର ଅନ୍ତର l
ଗ୍ରୀଷ୍ମ ବିନା ଶସ୍ୟ ଶ୍ୟାମଳା ନହେବ ଧରଣୀ
ଦାନା ବିହୁନେ ସଭିଏଁ ଡାକିବେ ହେ ଜନନୀ l
ସକଳ ଶକ୍ତିର ଆଧାର ସେତ ଗ୍ରୀଷ୍ମ ରବି କର
ଯା ବିହୁନେ ଧ୍ବଂସ ହେବ ଉଦ୍ଭିଦ ଜୀବଙ୍କ କୁଳ l
ହେ ଗ୍ରୀଷ୍ମ ଆସ ପ୍ରତି ବର୍ଷ କରନା ହେଳା
କଉଁ ପ୍ରଜାପତି କଥାକୁ କରି ସଦା ଅବହେଳା l