Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALITA MOHAN DASH

Abstract Children Stories Inspirational

4  

LALITA MOHAN DASH

Abstract Children Stories Inspirational

ନିଦ ମାଉସୀ ଦେ ଆଉଁସି

ନିଦ ମାଉସୀ ଦେ ଆଉଁସି

1 min
215


ନିଦ ମାଉସୀ ଦେ ଆଉଁସି ଶୋଇଵ ଧନ ମୋହର।

ନେଇଯିଵୁ ପରୀ ରାଇଜକୁ, ଚାହିଁ ଛି ବାଟ ତୋ'ର।


ଗାଧୋଇ ସାରି କଜ୍ଜଳ ନାଇ ଭୋଜନ ସାରିଅଛି।

କୋଳେ ତୋ'ର ଶୋଇବାକୁ ଛଟପଟ ଭାରି ହଉଛି।


ରାତିଦିନ କରୁଥାଏ ଦୁଷ୍ଟାମି,ଖେଳେ ଲୁଚକାଳି।

ମୁରୁକି ସେ ହସୁଥାଏ ଦେଉଥିଲେ ମୁଁ ଯେତେ ଗାଳି।


ଵୁଲାଏ ମୁଁ ନିତି ଅଗଣାରେ ଦେଖାଏ ଜହ୍ନ ତାରା।

ଡେରି ନକରି ନିଦ ମାଉସୀ ଦେଇଦେ ଆସି ଧରା।


ଥକି ପଡ଼ିଲାଣି ମୋ ସୁନା ଚାଲି ଚାଲି ଖେଳିଵୁଲି।

ଘୋଡେଇ ପଣତ ଗାଉଛି ଗୀତ ଆ ତୁ ଶୀଘ୍ର ଚାଲି।


ପାଇ ତୋ' ପରଶ ଦେଖିଵ ମୋ ଧନ ମିଠା ସପନ।

ଆ ,ନିଦ ମାଉସୀ ଚେଇଁବାକୁ ଆଉ ନାହିଁ ତା' ମନ।


ଶୋଇ ପଡିଵ ଯେଵେ କରିଵି ଘର କାମ ଚଞ୍ଚଳ।

ନଶୋଇଲେ କରିଵ କେତେ ନାଟ, ଛାଡିବନି କୋଳ।


ନିଦ ମାଉସୀ ଦେ ଆଉଁସି,ରହିଗଲୁ ତୁ କୋଉଠି

ଆଖି ମିଟି ମିଟି କରୁଛି,ନିଦକୁ ଦେଇଦେ ଭେଟି।


ଅଝଟିଆ ନଟଖଟିଆ ହୁଏ ସେ ଵେଶୀ ଫୁଲେଇ

ହାଲିଆ ହେଉଥାଏ ମୁଁ ତା'ର ପଛେ ପଛେ ଗୋଡେଇ।


ନିଦ ମାଉସୀ ଦେ ଆଉଁସି ରହିଅଛି ସେ ଅନେଇ

ଗୁଲୁଗୁଲିଆ ଗଳାମାଳିକୁ ଦେ ଲୋ ଟିକେ ଶୁଏଇ।


  

  


Rate this content
Log in

Similar oriya poem from Abstract