STORYMIRROR

Prahallad Sahoo

Abstract Drama Fantasy

3  

Prahallad Sahoo

Abstract Drama Fantasy

ନିଛାଟିଆ ଘରେ ବି ଅହେତୁକ ଖୁସ

ନିଛାଟିଆ ଘରେ ବି ଅହେତୁକ ଖୁସ

1 min
116

ଘର ତ ଘର ପୁଣି ନିଛାଟିଆ ଘର

ସେ ଘର ନା ଯମପୁର?

ହଁ, ବୋଧହୁଏ ଠିକ୍ କଥାଟା ଆପେ ଆପେ

ମନରୁ ଉଛୁଳି ପଡିଲା

ନହେଲେ ଜନବସତିର ବହୁଦୂରେ

କେଉଁ ଏକ ଅଦେଖା ଅପାଂକ୍ତେୟ

ପରିତ୍ୟକ୍ତ ଅଲୋଡା ପୃଷ୍ଠଭୂମିରେ

ଏମିତି ଏକ ଅଭୂତପୂର୍ବ ଘର !!!

ଚାରିଆଡ ଶୂନଶାନ

ସ୍ପଷ୍ଟ ଦିବାଲୋକରେ

ଅନ୍ଧକାର ଆଛନ୍ନ

ଯମରାଜଙ୍କୁ ତ କେହି ଦେଖିନାହିଁ

ତଥାପି ମନଗଢା ଢାଞ୍ଚାରେ ଦେଖିଲା ଭଳି

ସେ ନିଛାଟିଆ ଘରର କେବଳ ସେହି ରକ୍ଷକ

ଠିକ୍ ଯମରାଜ ଭଳି ବଳିଷ୍ଠ ଚେହେରା

ଯାହାର ନିଶ ହଲିଲେ ବାତ୍ଯାର ଆଗମନ 

ଆସିବା ଯିବାରେ ମହିଷି ନହେଲେବି 

ସେ ଏକା ଆସେ ଯାନ ବାହନ ବିହୀନ

ନିଜ ଇଛାର ନିଜେ ମାଲିକ

ସେ ଆସେ ସେହି ନିଛାଟିଆ ଘରକୁ

ଖୁସି ଖୁସିରେ ଅନେକ ଗାଳି ଦିଏ ନିଜକୁ

ପୁଣି କେବେ କେବେ ସେହି ପରିତ୍ୟକ୍ତ ମୃତ ଶରୀରକୁ 

ସବୁ ଶୁଣି ନଶୁଣିଲା ପରି ସବ ବି ହସୁଥାଏ 

ଅଟ୍ଟହାସ୍ଯର ହସ, 

କାହିଁକି ମୋତେ ଖିନଭିନ କରୁଛୁ, 

କଣ ଯେ ଆଉ ଅଛି ମୁଁ ମୋ ସହିତ ନେଇଯାଉଛି???

ହି --- ହି --- ହି ---- !!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract