STORYMIRROR

DAYANAND SABAR

Drama Romance Fantasy

3  

DAYANAND SABAR

Drama Romance Fantasy

ନିବିଡ଼ ସମ୍ପର୍କ

ନିବିଡ଼ ସମ୍ପର୍କ

1 min
238


ବେସି ଦିନ ପରେ ଲେଖୁଛି ଆଜି

ପ୍ରେମର କବିତା ଟିଏ

ସବୁ ଦିନରାତି ମୋ ଭାବନାରେ

ଦିଶଇ ରୂପସି ଟିଏ ।


ସର୍ବଦା ମୋ ମନ ଖୋଜି ବୁଲେ ତାକୁ

ହେଲେ ମୁଁ ଜାଣିନି ସେ କିଏ

କେମିତି ପାଇବି ,କୋଉଠି ସେ ଥିବ

ଖୋଜି ଖୋଜି ଥକି ଯାଏ।


ଦେଖି ନି ତାକୁ ଜୀବନେ କେବେ

ତଥାପି ତା ଚିତ୍ର ଆଙ୍କି ନିଏ

ତା ନାଁ କଣ ,କୋଉଠି ତା ଘର

ଜାଣି ବାକୁ ଇଚ୍ଛା ହୁଏ ।


କି ସମ୍ପର୍କ ଅଛି ଜାଣିନି ତା ସହ

ତା ପାଇଁ ମୋ ମନ ଝୁରୁ ଥାଏ

ନିବିଡ଼ ସମ୍ପର୍କ ଥିବ ସେଥି ପାଇଁ

ମୋ ସପନେ ଆସି ଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama