STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ନିବେଦନ

ନିବେଦନ

1 min
229

ପ୍ରଭୁ ହେ ଏତିକି ମାଗୁଣି ମୋର 

ଜୀବ ଯିବା ବେଳେ ମୋ ଚତୁଃପାର୍ଶ୍ୱରେ 

ଲୁହ ଢାଳିବାକୁ କେହି ବି ଥାଉ 

ଦୀପ ଦେଖେଇବାକୁ ସ୍ୱର୍ଗଦ୍ୱାର ଯାଏଁ  

ବାଟ କଢେଇ କି ମୋ ସମ୍ପର୍କ ମାନେ 

ମୋ ପଛେ ପଛେ ଦୁଃଖ ରେ ଧାଉଁ 


କିବା ମୂଲ୍ୟ ଏକୁଟିଆ ଜୀବନେ 

ଦୁଃଖ ରେ ସୁଖରେ ଆହା କରିବାକୁ 

ପାଖରେ ଥାଆନ୍ତୁ ମୋ ପିଲାମାନେ 

ସାଥୀଟି ମୋହର ନହେଇ କାତର 

କର୍ତବ୍ୟ କର୍ମ ଯା ଆୟୁଧ ନିରନ୍ତର 

ସମ୍ଭାଳି ନିଅନ୍ତୁ ପରିବାର ମୋ ପରେ 


ଆର୍ଶୀବାଦରୁ ବାସି ମଡ଼ା ନହୁଏ ପ୍ରଭୁ 

ସିନ୍ଥୀ ରେ ସିନ୍ଦୁର କଣ୍ଠେ ତୁଳସୀର ହାର 

ମୋ ସଙ୍ଗେ ସନ୍ତକ ହେଇକି ରହୁ 

ଚନ୍ଦନ ର ବାସ ଫୁଲର ସୁବାଷ 

ଭିତରେ ମୋ ଶବ ଦିଶୁ ଦାଉ ଦାଉ

 ଆଉ ମନ ଲାଗୁନାହିଁ ନିଅ ଫେରାଇ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract