ନିବେଦନ
ନିବେଦନ
ପ୍ରଭୁ ହେ ଏତିକି ମାଗୁଣି ମୋର
ଜୀବ ଯିବା ବେଳେ ମୋ ଚତୁଃପାର୍ଶ୍ୱରେ
ଲୁହ ଢାଳିବାକୁ କେହି ବି ଥାଉ
ଦୀପ ଦେଖେଇବାକୁ ସ୍ୱର୍ଗଦ୍ୱାର ଯାଏଁ
ବାଟ କଢେଇ କି ମୋ ସମ୍ପର୍କ ମାନେ
ମୋ ପଛେ ପଛେ ଦୁଃଖ ରେ ଧାଉଁ
କିବା ମୂଲ୍ୟ ଏକୁଟିଆ ଜୀବନେ
ଦୁଃଖ ରେ ସୁଖରେ ଆହା କରିବାକୁ
ପାଖରେ ଥାଆନ୍ତୁ ମୋ ପିଲାମାନେ
ସାଥୀଟି ମୋହର ନହେଇ କାତର
କର୍ତବ୍ୟ କର୍ମ ଯା ଆୟୁଧ ନିରନ୍ତର
ସମ୍ଭାଳି ନିଅନ୍ତୁ ପରିବାର ମୋ ପରେ
ଆର୍ଶୀବାଦରୁ ବାସି ମଡ଼ା ନହୁଏ ପ୍ରଭୁ
ସିନ୍ଥୀ ରେ ସିନ୍ଦୁର କଣ୍ଠେ ତୁଳସୀର ହାର
ମୋ ସଙ୍ଗେ ସନ୍ତକ ହେଇକି ରହୁ
ଚନ୍ଦନ ର ବାସ ଫୁଲର ସୁବାଷ
ଭିତରେ ମୋ ଶବ ଦିଶୁ ଦାଉ ଦାଉ
ଆଉ ମନ ଲାଗୁନାହିଁ ନିଅ ଫେରାଇ.
