ନିବେଦନ
ନିବେଦନ
ଅହଂ ଭାବର ପ୍ରଭାବରେ ପ୍ରଭାବିତ ମୁଁ,
ନାସ୍ତିବାଚକ ମାନସିକତା ର ବଶବର୍ତ୍ତୀ ମୋ ଚିନ୍ତାଧାରା,
ନକାରାତ୍ମକତା ର କାରାଗାର ରେ ବନ୍ଦୀ ମୋ ମାନବିକତା,
ଆସୁରିକ ଭାବନା ମୋ ବିବେକ କୁ କ୍ଷତାକ୍ତ କରିବାରେ ତତ୍ପର
ମନ ମଧ୍ୟରେ ଅହେତୁକ କ୍ରୋଧ ଓ ଦ୍ୱେଷର ।
ସମ୍ଭାର, ହିଂସାତ୍ମକ ବହ୍ନି ରେ ଦଗ୍ଧୀଭୂତ ମୋ ଅତ୍ମୀୟତା,
ତୁଳନାତ୍ମକତା କଳ୍ପନା ର କୁପ୍ରଭାବ ର ଶିକାର ମୋ ହୃଦୟ,
ଲୋଭାଶକ୍ତ କରୁଛି ମୋତେ ପରର ଶ୍ରୀ ଓ
ସମୃଦ୍ଧି,
ହେ ଉଦ୍ଧାର କର୍ତ୍ତା !
ମୁଖ୍ୟ ଅଭିନେତ୍ରୀ ତୁମ ଅମୂଲ୍ୟ ରଚନା ର ମୁଁ,
ତୁମ ଲକ୍ଷ କୁ ଚରିତାର୍ଥ କରିବାର ଚରିତ୍ର ରେ କାର୍ଯ୍ୟରତ ମୋ ଏ ଜନ୍ମ,
କିନ୍ତୁ ପ୍ରତିବନ୍ଧକ ସାଜୁଛି କିଛି ମୂଲ୍ୟହୀନ ମରୀଚିକା,
ଭଙ୍ଗ କରୁଛି ମୋ ଶାନ୍ତିପୂର୍ଣ୍ଣ ଏକାଗ୍ରତା କୁ,
ହେ ପରମ ନାଥ !
ନିଜର ଐଶ୍ୱରିକ ଶକ୍ତି ର ସ୍ପର୍ଶ ରେ ମୋ ହୃଦୟ ର ସମସ୍ତ ନକରାତ୍ମକ ବହ୍ନି କୁ ନିର୍ବାପିତ କର,
ଏ ବର୍ଷ ର ସମସ୍ତ ମୁହୂର୍ତ ସମର୍ପିତ ରହୁ ତୁମ ଅନୁରକ୍ତି ର ଧାରା ରେ।