STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ନିବେଦନ

ନିବେଦନ

1 min
167

ପାଇବା ପାଇଁ ଦିଅନ୍ତି କି ଆମେ

ନା ବିବେକର ନିର୍ଦ୍ଦେଶରେ,

ଧର୍ମ ଅର୍ଜନ ନିମିତ୍ତ ବ୍ୟାକୁଳେ 

 କର୍ମ କରନ୍ତି ବାଧ୍ୟରେ ।


ବଞ୍ଚିବା ପାଇଁ ଖାଦ୍ୟ ତ ଲୋଡ଼ା

 ଖାଆନ୍ତି କି ବିକଳରେ,

ଅନ୍ଧାର ପାଇଁ ଆଲୋକ ଲୋଡ଼ା

 ନିଶ୍ଚିତ ଯେ ଜୀବନରେ।


କବି ହେବା ଏତେ ସହଜ ନୁହେଁ

 ଆଗେ ପାଠକ ଭାବରେ,

ଶ୍ରୋତା ହେବା ପାଇଁ ଧୈର୍ଯ୍ୟ ଧରିଥିଲେ

 ବକ୍ତା ହେବୁ ସହଜରେ।


ଶିଷ୍ୟଟିଏ ସଦା ହୋଇଥିବା ଯଦି

 ସଦଜ୍ଞାନ ଶିଖି ଯିବାରେ,

ଶିଖୁଥାଏ ଯିଏ ଶିକ୍ଷକ ସେହି ଯେ

 ଉତ୍ତମ ଜ୍ଞାନ ବାଣ୍ଟେରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational