STORYMIRROR

saroj mohapatra

Romance

3  

saroj mohapatra

Romance

ନିଆରା ପ୍ରେମ

ନିଆରା ପ୍ରେମ

1 min
276

- ନିଆରା ପ୍ରେମ -

ଅନେକ ଥର କହିଛି

ଆଉ ଆଜିବି କହୁଛି,

ସ୍ନେହ ଶ୍ରଦ୍ଧା ନଥିଲେ ଅସମ୍ପୂର୍ଣ୍ଣ ହୁଏ ଜୀବନ,

ହୃଦୟ ସହିତ ହୃଦୟ ମିଶିଲେ

ଦେଖି ହୁଏ ସିନା ସ୍ୱପ୍ନ ।

ସନ୍ଦେହ ର ବହୁ ଉର୍ଦ୍ଧ୍ବ ରେ ପ୍ରେମ।

 ଜଣେ ଜଣଙ୍କର ହୋଇ

ବିତାଏ ସୁଖରେ ଜୀବନ।

ସମୟର ପଶା ପାଲିରେ

ତୁମେ ଶାନ୍ତି ରେ ରହିବ ମୋ ସାଥୀରେ,

ଖୋଜିବା ଦୁହେଁ ନୂତନ ଦୁନିଆ ଖୁସିରେ

ମୁଁ ତୁମକୁ ବାନ୍ଧି ରଖିବି ମୋ ବାହୁରେ,

ଦୁହେଁ ହଜାଇବା ନିଜତ୍ବ ଆମର

ପ୍ରତି ଭିଜା ସବୁ ରାତିରେ।

ଦୁହେଁ ଦୁହିଁଙ୍କୁ ବୁଝିବା ସହଜରେ

ରହିବନି ମନ ମଳିନ୍ୟ ଆମ ସମ୍ପର୍କରେ,

କଥା ଦେଉଛି ତୁମେ ମୋ ସହିତ

କେବେବି ଅଣନିଃଶ୍ଵାସୀ ହେବନି ଜୀବନରେ,

ତୁମେ ଅଛ ରହିବ ମୋର ପ୍ରତିଟି ସ୍ପନ୍ଦନରେ,

ସ୍ପନ୍ଦନ ବିନା କି କିଏ ଜୀବନ ବଞ୍ଚି ପାରେ ?

ନିଆରା ପ୍ରେମର ନିଆରା କଥା

ଭାରି ମଜା ଲାଗେ ସତରେ,

ଭାରି ଖୁସି ଲାଗେ ସତରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance