STORYMIRROR

Bidyadhar Mantry

Abstract Inspirational Others

4  

Bidyadhar Mantry

Abstract Inspirational Others

ନିଆରା ମୌସୁମୀ

ନିଆରା ମୌସୁମୀ

1 min
354


    



ମୌସୁମୀ ଆସିଛି ଶ୍ରାବଣୀ ରୂପରେ

ବର୍ଷା ସହିତ ଶୀତଳ ସମୀର

ମୃଦୁ ମୃଦୁ ବିଜୁଳି ,ଘଡଘଡି ମଝିରେ ମଝିରେ

ବୃକ୍ଷ ଲତା ପ୍ରସ୍ତୁତ,ହେବେ ପଲ୍ଲବିତ

ବେଙ୍ଗ ବେଙ୍ଗୁଲି ଗାଇଲେଣି ଗୀତ

କୀଟ ପତଙ୍ଗ ହେଲେଣି ଉଦ୍ରେକ

ବିଲ ହୁଡାରେ ଚଷା ଭାଇ,ବିଲ ଭିତରେ ବଗ

ଆଣ୍ଠୁ ନ ବୁଡିଲା ପରି ପାଣି

ଚାଷ କାମ ପାଇଁ କ୍ଷେତ୍ର ହୋଇଛି ପ୍ରସ୍ତୁତ

ମୌସୁମୀ ବର୍ଷା ର ଦୃଶ୍ୟ ନିଆରା ନିଆରା।


ମୌସୁମୀ ପରଶ ରେ ଶାନ୍ତ ପରିବେଶ

ପ୍ରିୟା ଦରଶନ ପାଇଁ ପ୍ରେମିକ ର ଆଶ

ମନ ହେଉଛି ଅଥୟ

ପ୍ରିୟା ଘର ପାଖରେ ଚକ୍କର

କିଛି ନ ହେଲେ ବି ଦେଖିବାକୁ ପ୍ରିୟାର ସେ ହସ

ବର୍ଷା ରେ ଭିଜି ଭିଜି ପ୍ରେମିକ ପ୍ରବର

ଅପେକ୍ଷା କରିଛି,ଦେଖିବାକୁ ମିଠା ପ୍ରିୟା ହସ

ମୌସୁମୀ ବର୍ଷା ରେ ପ୍ରିୟାର ହସ ବି ନିଆରା।


ମୌସୁମୀ ବର୍ଷାରେ

ଦେହ ମନରେ ଖେଳେ ସିହିରଣ

ମିଳନ ର ଲାଳସା ହେଉଛି ତତ୍ପର

କି କୁହୁକ ଅଛି ମୌସୁମୀ ବର୍ଷା ର

ବିରହ ଜ୍ଵାଳା ରେ ଦଗ୍ଧ ପ୍ରେମିକାର ମନ

ସନ୍ତାପିତ ପ୍ରାଣ ହୃଦୟ କନ୍ଦର

ମୌସୁମୀ ବର୍ଷା ର ମହକ ନିଆରା ନିଆରା।


ପ୍ରାଣୀ ଜଗତର ପ୍ରୀୟ ମୌସୁମୀ ବରଷା

ଚାଷୀ କୁଳର ଆଶା ଓ ଭରସା

ସୁନାର ଫସଲ ହେବ ବର୍ଷକର ଦାନା

ପାଣି ଭର୍ତ୍ତି ହେଲେ ପୋଖରୀ ଗାଡିଆ

ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ସବୁଠୁ ବଢିଆ

ମୌସୁମୀ ବର୍ଷା ହିଁ ଜୀବନର ଆଶା

ମୌସୁମୀ ବର୍ଷା ର ଆଶା ନିଆରା ନିଆରା।


ମୌସୁମୀ ର ଚାହିଦା ବି ନିଆରା ନିଆରା

ରୂପ,ରଙ୍ଗ, ବେଶ-ଭୁଷା ନିଆରା ନିଆରା

ମୌସୁମୀ ଦେଖିଲେ ଚାତକ ର ଆଶା ବି ନିଆରା

ମୌସୁମୀ ବେଳର ପର୍ବ-ପର୍ବାଣୀ ନିଆରା

ମୌସୁମୀ ପରଶେ ପ୍ରେମିକାର ଭାବ ବି ନିଆରା

ମୌସୁମୀ ବର୍ଣ୍ଣନା ବି କବିର ନିଆରା ସୃଜନ

ମୌସୁମୀ ନାଁ ଶୁଣିଲେ ସବୁକିଛି ନିଆରା ନିଆରା।








Rate this content
Log in

Similar oriya poem from Abstract