STORYMIRROR

Sambit Srikumar

Inspirational Others

3  

Sambit Srikumar

Inspirational Others

ନିଆଁ

ନିଆଁ

1 min
98


ଆଜି ଚଉଦିଗେ ଜଳୁଅଛି ନିଆଁ

ଏଠି ସେଠି ସବୁଠି

ତନୁରେ ମନରେ ପ୍ରାଣରେ

ମାଟିରେ ପାଣିରେ ପବନରେ

ଲହୁରେ ଲୁହରେ ସ୍ବେଦରେ

ଗଛରେ ଲତାରେ ବନରେ

ପେଟରେ ପାଟିରେ ଭାତରେ

ସର୍ବତ୍ର ନିଆଁର ଅଖଣ୍ଡ ଆଧିପତ୍ୟ

ଏକଛତ୍ରବାଦୀ ନିରବଛିନ୍ନ ରାଜତ୍ବ।

ଜଳୁଛି ସର୍ବଗ୍ରାସୀ ନିଆଁ

ହୁତୁ ହୁତୁ ହୋଇ

ଲେଲିହାନ ଶିଖା ମେଲି

ବ୍ଯାପି ଚାଲିଛି ଦୂରକୁ ଦୂରକୁ

ଗ୍ରାସିବାକୁ ଲହ ଲହ ଜିହ୍ୱାରେ

ତାର ଏ ସମଗ୍ର ସଂସାର।

ସୁଖ ଶାନ୍ତି ଐଶ୍ଵର୍ଯ୍ୟ ବୈଭବ

ଆଦି ପଡୁଛନ୍ତି ଅକାତରେ

ବଳି ନିଆଁର କରାଳ ଗ୍ରାସରେ

ସବୁ କିଛି ଜଳି ପୋଡି ହୋଇଯାଏ

ନିମିଷକେ ନାରଖାର।

ଏ ନିଆଁ ଲିଭିବାର ନାହିଁ

ବରଂ ଦିନକୁ ଦିନ ବଢି ଚାଲିଛି

ତାର ସର୍ବନାଶୀ କଳେବର

ଜଳ ସ୍ଥଳ ବନ ଗିରି ଆକାଶରେ

ନିଆଁର ବର୍ଣ୍ଣିଳ ଧୂମାଭ ଇସ୍ତାହାର।

କାଳରୁ କାଳାନ୍ତର ଦିଗରୁ ଦିଗନ୍ତ

ଅନନ୍ତ ନିଆଁ ରଚୁଛି ପ୍ରଳୟ ଝଙ୍କାର

ଫରକ ପଡେନା ତା ପାଶେ

କିଛି ଭଲ ଓ ମନ୍ଦର

ଆନନ୍ଦ ଉଲ୍ଲାସ ଅବା

ଅନାହୂତ ଯନ୍ତ୍ରଣାର ସ୍ବର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational