STORYMIRROR

Rama chandra Pradhan

Abstract

2  

Rama chandra Pradhan

Abstract

ନେତାଜୀ

ନେତାଜୀ

1 min
110

ନେତାଜୀ ନାମରେ ପରିଚିତ ସିଏ 

   ନାଁ ସୁବାଷ ଚନ୍ଦ୍ର ବୋଷ୍ 

ତାଙ୍କ ଦମ୍ଭ ଦେଖି ଉଡି ଯାଇଥିଲା 

   ଇଂରେଜ ମାନଙ୍କ ହୋସ୍

ସ୍ୱାଧୀନତା ପାଇଁ ଗଢିଥିଲେ ସିଏ 

   ଆଜାଦ ହିନ୍ଦି ଫଉଜ 

ତାଙ୍କ ଦାମ୍ଭିକତା ବୀର ପଣିଆକୁ 

   ଭୁଲିନି ଆମ ରାଇଜ

ଇଟାର ଜବାବ ପଥରରେ ଦିଅ 

    ନ ଡରି ଫିରିଙ୍ଗି ଗିରି 

ମୋତେ ରକ୍ତ ଦିଅ ମୁଁ ସ୍ୱାଧୀନ ଦେବି 

   ପିନ୍ଧି ବିଜୟର ଶିରି

ଦିଲ୍ଲୀ ଚଲୋ ନାରା ଦେଇଥିଲେ ସିଏ 

   ଦେଶପ୍ରେମ ବହ୍ନିଜାଳି 

ସଲାମ କରୁଛି ଏ ସାରା ଜଗତ 

   ଶ୍ରଦ୍ଧାର ସୁମନ ଢାଳି

ଭାରତ ମାତାର ସୁଯୋଗ୍ୟ ସନ୍ତାନ 

   ତାଙ୍କ ଭଳି କେହି ନାହିଁ 

ତାଙ୍କ ବଳିଦାନ ନିସ୍ଵାର୍ଥ ତ୍ୟାଗକୁ 

   ଝୁରୁଛି ଭାରତ ଭୂଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract