ନେତାଜୀ ସୁଭାଷ
ନେତାଜୀ ସୁଭାଷ
ମୋତେ ଦିଅ ରକ୍ତ ମୁଁ ଦେବି ତୁମକୁ
ବଦଳରେ ସ୍ବାଧୀନତା ,
ଇଂରେଜ ଶାସନ ହଟାଇବା ପାଇଁ
ଏଥିଲା ଯାହାଙ୍କ ବାର୍ତ୍ତା ।
ଓଡ଼ିଶା ମାଟିର ଗର୍ବ ଓ ଗୌରବ
ନେତାଜୀ ସୁଭାଷ ବୋଷ ,
ମାଆ ପ୍ରଭାବତୀ ବାପା ଯେ ଜାନକୀ
କଟକ ସହରେ ବାସ ।
ନିରୀହ ଭାରତ ବାସୀଙ୍କ ଦୁର୍ଦ୍ଦଶା
କଲା ତାଙ୍କୁ ସ୍ତମ୍ଭିଭୂତ ,
ଦେଶ ମାତୃକାର ସେବା ରେ ନିଜକୁ
କଲେ ସେ ଉତ୍ସର୍ଗୀକୃତ ।
ସିଭିଲ୍ ସର୍ଭିସ୍ କରି ପରିତ୍ୟାଗ
ଯୋଗ ଦେଲେ କଂଗ୍ରେସରେ,
ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି କୁ
ମାନିଲେନି ସହଜରେ ।
ନିଜେ ଏକ ଦଳ ଗଢ଼ି ନାମ ଦେଲେ
ଆଜାଦ୍ ହିନ୍ଦ୍ ଫଉଜ ,
ଅସ୍ତ୍ରର ଜବାବ ଅସ୍ତ୍ରେ ଦେବା ପାଇଁ
ବାହିନୀ ହୋଇଲା ସଜ ।
ଭୟରେ ଥରିଲା ଇଂରେଜ ଶିବିର
ଦେଖି ୟାଙ୍କ ରଣନୀତି ,
ଥୟ କରିନେଲେ ଦେଇ ସ୍ବାଧୀନତା
ବାହୁଡିବେ ରାତାରାତି ।
ଅଦୃଷ୍ଟ ଲିଖନ କେ କରିବ ଆନ
ଟୋକିଓ ଗସ୍ତେ ସୁଭାଷ ,
ଉଡାଜାହାଜଟି ଦୁର୍ଘଟଣା ଗ୍ରସ୍ତ
ସବୁ ଜଳି ପୋଡ଼ି ଶେଷ ।
ଏବେବି ରହସ୍ୟ ଘେରରେ ନେତାଜୀ
ମିଳିନାହିଁ ଯେଣୁଁ ଶବ ,
ଆଜିବି ସୁଭାଷ ଚନ୍ଦ୍ର ବୋଷ ସତ୍ତା
ହେଉଅଛି ଅନୁଭବ ।
