ନେତାଜୀ ସୁଭାଷ ଚନ୍ଦ୍ର ବୋଷ
ନେତାଜୀ ସୁଭାଷ ଚନ୍ଦ୍ର ବୋଷ
ନେତାଜୀ ନେତାଜୀ
ନୁହେଁ ରେ ସେ ନେତା
ସେ ଭାରତ ର ବଳି ଦାନ ।
ତାହାରି ନାଲି ରେ
ଯାଇଛି ଚାଲି ରେ
ଏ ଭାରତ ର ଅପମାନ ।
ତମ ଇତିହାସ
ତମର ଫଳକ
ଘୋଷେ ଯେଉଁ ଜୟ ଧ୍ୱନୀ ।
କହ ନାହିଁ ତାକୁ
ଅମର ସହୀଦ
ସବୁ ହୋଇଯିବ ତୁନୀ ।
ଭାରତ ର କୋଟି
ଗରିବ ଦୁଃଖୀ
ପାଇଁ ଯିଏ କାନ୍ଦିଛି ।
ଅତ୍ୟା ଚାରିତ
ପୀଡିତ ର ସଖା
ସେହି ଆମର ନେତାଜୀ ।
ଭାରତ ର କୋଟି
ଗରିବ ଦୁଃଖୀ
ପାଇଁ ଯିଏ କାନ୍ଦିଛି ।
ଅତ୍ୟାଚାରିତ ପୀଡିତ ର
ସଖା
ଜୟ ଜୟ ନେତାଜୀ ।
ଧନ୍ୟ ହେ ଆଜି
ଜଗତ ଧନ୍ୟ
ତମର ଆଲୋକ ଲଭି ।
ନବ ଓଡିଶା ର
ପ୍ରାଚୀ ନଭେ ତମେ
ପ୍ରାଚୀନ ଅରୁଣ ଛବି ।
