STORYMIRROR

subrat kumar jena

Abstract

2  

subrat kumar jena

Abstract

ନେତାଜୀ ଦେଖ ତୁମ ସ୍ୱପ୍ନର ଭାରତ

ନେତାଜୀ ଦେଖ ତୁମ ସ୍ୱପ୍ନର ଭାରତ

1 min
197

ଏଥିଲାଗି କଣ ତୁମେ ଖେଳିଥିଲ ନିଆଁ ସହ

କଣ ନିହିତ ଥିଲା ସ୍ୱାର୍ଥ ତୁମରି ଦେଶ ସ୍ୱାଧୀନଲାଗି

ହେଲେ ତୁମ ବୀରତ୍ବର ବଳିଦାନକୁ କଣ ବୁଝିପାରିଲେ ଭାରତ ବାସୀ

ନାଁ ଏକ ହୀନ ଚକ୍ରାନ୍ତର ଶିକାର ହେଲ

କେତେ ଜଣ ଆଗ ଧାଡିଆ ସ୍ୱାର୍ଥପରଙ୍କ ଲାଗି

ଚେଷ୍ଟା କରିଗଲେ ପ୍ରାଣପଣେ ତୁମକୁ ଉହାଡରେ ରଖିବାକୁ

ହେଲେ ସେମାନେ କଣ ଜାଣି ନଥିଲେ

ଉଦିତ ସୂର୍ଯ୍ୟକୁ ବାନ୍ଧି ରଖିପାରିବାର ସାମର୍ଥ୍ୟ ସେମାନଙ୍କର ନାହିଁ

କେତେଦିନ ପ୍ରସାରିତ କରିଥାନ୍ତେ ମିଛ ପ୍ରଚାର

ହେଲେ ଆଜିର ଭାରତ ସେମାନଙ୍କ କାଳନାର ବାହାରେ

ଆଜି ଜାଗି ଉଠିଛି ଯୁବକ ଚେତନା ଯୁବ ପିଢ଼ିଙ୍କି ମଧ୍ୟରେ

ହେ ମହାପୁରୁଷ ତୁମକୁ କୋଟି ପ୍ରଣାମ

ଆମକୁ ନୂଆ ଭାରତର ସ୍ୱାଧୀନ ଭାରତର ପ୍ରଥମ ସ୍ବପ୍ନ ଦେଖାଇଥିବାରୁ

ସେ ପୁଣି କାହା ଦୟାରେ ନୁହଁ ବରଂ ଜୋରକରି ଛଡ଼ାଇ ନେବାକୁ

ଗୁଳି ବଦଳରେ ଗୁଳିରେ ଜବାବ ଦେଇ ଆଖିରେ ଆଖି ମିଶାଇ

କଣ ଲାଗି କାପୁରଷ ପଣ ପୁଣି ନିଜ ଦେଶ ମଧ୍ୟରେ

ଯାହା ଆଜିବି କିଛି ବିକାରଗ୍ରସ୍ତ ଲୋକଙ୍କ ଠି ବଳବତ୍ତର

ସର୍ବଦା ଚେଷ୍ଟିତ ସେମାନେ ଭାରତକୁ ଭାଗ ଭାଗ କରିବାକୁ

ସେମାନଙ୍କୁ ଦରକାର ତୁମରି ନ୍ୟାୟ

ରାମଲୀଳା ପଡ଼ିଆରେ,ଅବା କାଶ୍ମୀରର ଗୁଲମାର୍ଗ ର ଖୋଲା ଜାଗାରେ

ନିର୍ମମ ହତ୍ୟା ଦରକାର ଦେଶ ବିରୋଧୀ କୁକୁରଙ୍କୁ

ନହେଲେ ସେମାନେ ପାଗଳଙ୍କ ପରି କାଟିବା ଆରମ୍ଭ କରିବେ

କେଇଜଣ କପଟି ଦେଶଦ୍ରୋହୀ ଲୋକଙ୍କ ସମର୍ଥନରେ

ଆଜି ଦରକାର ତୁମରି କଥାକୁ କାର୍ଯ୍ୟକାରୀ କରିବାର

ଆମ ସ୍ୱାଧୀନତା ଲାଗି ଦେଶଦ୍ରୋହୀଙ୍କ ରକ୍ତ ବୁହାଇବାରେ

ଜୟ ଭାରତ .......ଜୟ ନେତାଜୀ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract