STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ନଦୀ ତୀରେ

ନଦୀ ତୀରେ

1 min
194


ଜଡ଼ିତ ଅଛି ଦୁନିଆ ସଂପର୍କର ଡୋରେ,


ସଂପର୍କର ବିନୁ ନାହିଁ କିଛି ଏ ସଂସାରେ।


କର୍ମ କରିବାର ପାଇଁ ଜୀବନ ଆମର,


ସଂପର୍କରେ ଥାଏ ଏହୁ ରହି ନିରନ୍ତର।


ସବୁ ବୃଥ ହୁଏ ଏଠି ବିନା ସଂପର୍କରେ,


ମିଳେ ସଫଳତା ଏଠି ସଂପର୍କ ବଳରେ।


ସଂପର୍କିତ ହୁଏ ଏଠି ଜଗତ କଲ୍ୟାଣେ,


ଆବଶ୍ୟକ ପୂର୍ଣ୍ଣ ହୁଏ ଜନତା ସେବଣେ।


ସଂସାର ନିର୍ମାଣ ହେଲା ସଂପର୍କର ପାଇଁ,


ସବୁ ଦିନ ପାଇଁ ନୂହେଁ ଜୀବନର ପାଇଁ।


ସବୁହିଁ ସଂପର୍କ ଏଠି ପଛେ ରହି ଯିବ,


ଜୀବନର ଭବ ଲୀଳା ତହିଁ ସରି ଯିବ।


ଅନ୍ତିମ ସଂସ୍କାର ପାଇଁ ନଦୀ ତୀରେ ଯିବ,


ଆଉ ସବୁ କଥା ତାର ପଛେ ରହି ଯିବ।


ସୁକାର୍ଯ୍ୟର କୃତି ସଦା ସ୍ମୃତିରେ ରହିବ।


ସମୟ ପୁରିଲେ ସେହୁ ଗୃହସ୍ଥଥ ଛାଡିବ


ପତ୍ନୀ ସନ୍ତାନକୁ ଛାଡି ନଦୀ ତୀରେ ଯିବ।


ପ୍ରଭୁଙ୍କ ରଚନା ଅଟେ ଜୀବନର ପାଇଁ,


କେହୁ ଆଗେ କେହୁ ପଛେ ନଦୀ ତୀର ପାଇଁ।


ଯାହାକୁ ଆଦର କରୁଥିଲା ନିରନ୍ତର


ପଛେ ରହି ଯିବ ସେହୁ ମନ୍ତ୍ର ସମୟର।


ଯାତ୍ରା ହେବ ନଦୀ କୁଳେ ସମୟ ସରିଲେ,


ସରି ଯିବ ସବୁ ତାର ନଦୀ ତୀରେ ଗଲେ।


ସଂପର୍କର ଡୋର ମାତ୍ର ଜୀବନ ପର୍ଯନ୍ତ


ଜୀବନ ସରିଲେ ହୁଏ ସ୍ମୃତିରେ ଅନନ୍ତ।


ଜଡ଼ିତ ଅଛି ଦୁନିଆ ସଂପର୍କର ଡୋରେ,


ସଂପର୍କର ବିନୁ ନାହିଁ କିଛି ଏ ସଂସାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational