STORYMIRROR

Santanu Bisoi

Thriller Others

3  

Santanu Bisoi

Thriller Others

ନବୀନ ଜଗନ୍ନାଥ

ନବୀନ ଜଗନ୍ନାଥ

1 min
317

ଅବଧି ତୁମର ଗଲାଣି ସରି,

ହାତରେ କ୍ଷମତା ନାହଁ,

କାହିଁକି ବସିଛ ରତ୍ନସିଂହାସନେ

ଇସ୍ତଫା ପତ୍ର ନ ଦେଇ??


ଦାରୁ ଚୟନରେ ଅନିୟମିତତା

ଦେଖିଛି ଜନଜଗତ,

ତମ ବଳକଳ ସେଇଠୁ କଳିଲୁ

ଆହେ ପୋଲାକାଠ ନାଥ।।


ସେବାୟତ, ମନ୍ତ୍ରୀ ମନ୍ତ୍ର ଫୁଙ୍କି ଦେଇ

କରିଲେ ତୁମକୁ ବଶ,

ଦାରୁ ବିଭ୍ରାଟ ସେ ନୃଶଂସେ କରିଲେ

ବିଗାଡିଲ କହ କିସ??


ମାନ କି ନ ମାନ ସତ୍ୟ କିନ୍ତୁ ଏହା

କ୍ଷମତା ବିହୀନ ତୁମେ,

ଚଉକି ଲୋଭରେ ଇସ୍ତଫା ଦେଉନ

ଜାଣି ସାରିଲୁଣି ଆମେ।।


ତୁମ ଆଗେ ତମ ରତନ ଭଣ୍ଡାର

ଖାଲି କରି ନେଇଗଲେ,

ଶାନ୍ତିରେ ଗଣ୍ଡିଏ ଖାଇବା ନ ଦେଇ

ଉପାସରେ ରଖିଦେଲେ।।


ଲକ୍ଷ୍ମୀଛଡ଼ା ହେଲ ଜଗତ ଠାକୁର

ଖାଇବା ତୋ ଭାଗ୍ୟେ ନାହିଁ,

ଏତେବଡ଼ ତୁମ ରତ୍ନଭଣ୍ଡାରକୁ

ବେତାଳ ନେଲେଟି ବୋହି।।


ନେତା ମନ୍ତ୍ରୀ ଯେତେ ମୁଣ୍ଡିଆଟେ ମାରି

ପିଛାରେ ତୋ ଚୂନ ଲିପି,

ଜଗନ୍ନାଥ ପଛେ ଟଙ୍କାଏ ଲାଗିଛି 

କହୁଛନ୍ତି ପାଟି ଚିପି।।


ଆଉ ଯାହାକିଛି ଗଛିତ ସମ୍ପତି

YES ବ୍ୟାଙ୍କେ ଥିଲା,

ଅନ୍ଧପୁଟୁଳିଟେ ବାନ୍ଧି ତୋ ଆଖିରେ

ସବୁ ତକ ଲୁଟି ନେଲା।।


ନିଜ କଥା ନିଜେ ସମ୍ଭାଳି ପାରୁନ

ଜଗତ ନାଥ ବୋଲାଅ,

ରତ୍ନ ସିଂହାସନ ଖାଲି କରିଦେଇ

ନବୀନଙ୍କୁ ଦେଇ ଦିଅ।।


ଧମକ ପୂର୍ଣ୍ଣ ଏ ଚିଠି ଘେନ ନାଥ

ଘେନ ଏ ଚରମ ପତ୍ର,

ଅଳପ ସମୟ ତମ ହାତେ ଦେଲି

ଠିକଣା ଖୋଜ ଅନ୍ୟତ୍ର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller