STORYMIRROR

MADHU MITA

Abstract Others

2  

MADHU MITA

Abstract Others

ନଭ ଧରା

ନଭ ଧରା

1 min
3.1K


ଦୀର୍ଘ ସମୟ ବ୍ୟବଧାନ ପରେ

ତାର ସୌମ୍ୟ ରୂପକାନ୍ତି ଦେଖି

ଆନମନା ହୋଇଯାଇଛି

ସବୁକିଛି ଭୁଲିଯାଇ

ପୁନଃ ପ୍ରେମଭିକ୍ଷା କରି ବସିଛି


ତା ହୃଦସନ୍ଦନର ଗର୍ଜନରେ

ଗଗନ ପବନ ପ୍ରକମ୍ପିତ ହୋଇଛି

ଅସଂଖ୍ୟ ମେଖଳା

ଘନ ଅନ୍ଧାରେ ଆଲୋକ ଭରିଛି

ଆଉ ସେ ଚିରାଚରିତ ଢଙ୍ଗରେ

ନିଦାଘେ ଧରାକୁ ସିକ୍ତ କରିଛି


ଆଜି ବି ତା ପ୍ରେମ ସନ୍ତକ

ଧରା ବକ୍ଷ ବିଦାରି ପକାଇଛି

ତା ଉଦ୍ଦାମ ପ୍ରେମ ସ୍ପର୍ଶରେ

ମୁଷଳ ବୃଷ୍ଟିପାତ ସୃଷ୍ଟି ହୋଇଛି


ଅତି ପାଖରୁ ନିରେଖି ଦେଖି

ନଭ ପୁନଃ ସ୍ଥିରତା ପାଇଛି

ଆଉ ସବୁ ଥର ପରି ଏଥର ମଧ୍ୟ

ଧରା ତା ଆଗମନ ଚିହ୍ନ ବହନ କରିଛି


ଚହଳ ପଡ଼ିଛି

ଗତ ରାତିର ବଜ୍ରପାତରେ

ମେଦିନୀର କିଛି ଅଂଶରେ

ଅଗ୍ନି ସଂଯୋଗ ହୋଇ ଯାଇଛି


ସତରେ ପୁନଶ୍ଚ ନଭ

ଜ୍ଵାଳା ନିର୍ବାପନ ପ୍ରଚେଷ୍ଟାରେ

ବହୁ କିଛି ଜାଳି ଦେଇ

ଧରାକୁ ସମ୍ପୂର୍ଣ୍ଣ ଭିଜାଇ ଦେଇଛି…



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract