Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Antaryami Sahu

Inspirational

3  

Antaryami Sahu

Inspirational

ନବବର୍ଷ

ନବବର୍ଷ

1 min
236



ବସନ୍ତ ଋତୁ ପ୍ରତ୍ୟାବର୍ତ୍ତନ ପରେ 

    ଗ୍ରୀଷ୍ମଋତୁର ପ୍ରବେଶ,

ନବ ଆଶା ନବଉଦ୍ଧିପନା ନେଇ

   ଆସିଛି ନୂଆଁ ବରଷ ।୧।

ଆଜି ଶୁକ୍ଳପକ୍ଷର ଦ୍ଵିତୀୟା ତିଥି

   ଗଣନାରେ ସଂକରାନ୍ତି,

ସୌରମତେ ଆଜି ହିନ୍ଦୁ ନବବର୍ଷ

  ଅୟମାରମ୍ଭ ହୁଅନ୍ତି । ୨।

ସଙ୍କଟମୋଚନଙ୍କର ଜନ୍ମତିଥି

  ମହାବୀରଙ୍କ ଜୟନ୍ତି,

ମେଷରାଶି ଗୃହେ ତପନ ଗମନ୍ତି

  ନାମ ତା ମେଷ ସଂକ୍ରାନ୍ତି । ୩ ।

କରୁଣାକରଙ୍କ ଅପାର କରୁଣା

  ଜୀବଜଗତ ଉପରେ,

ତାଙ୍କରି ନିର୍ଦ୍ଦେଶେ ତିଥି ବାରମାସ

  ଋତୁର ଚକ୍ରଟି ଘୁରେ ।୪।

ହେବିଶ୍ଵବିହାରୀ ଆନନ୍ଦଦାୟକ

  କୋଟି କଇବଲ୍ୟ ନିଧି ,

ସୃଷ୍ଟିର ମଙ୍ଗଳକର ଆଦିମୂଳ

  କଟିଯାଉ ରୋଗବ୍ୟାଧି ।୫।

ନବବର୍ଷ ଆଣୁ ସୁଖ ଓ ସମୃଦ୍ଧି

   ସଭିଙ୍କର ମନ ପ୍ରାଣେ,

ଏତିକି କରୁଣାକର ଜନାର୍ଦ୍ଧନ

  ସଂସାରି ଜନକଲ୍ୟାଣେ । ୬ ।

ରାଗ ରୋଷ ହିଂସା ଛନ୍ଦଭାବ ଭୁଲି

  ହରିଙ୍କ ଶରଣଯାଇ,

ନବବର୍ଷ ଶୁଭାରମ୍ଭ କର ଆଜି

  ରାମକୃଷ୍ଣ ନାମ ଗାଇ ।୭ ।

କୁ-ସଙ୍ଗେ ପଡିଣ ମଦମାଂସ ଖାଅ

   କିନ୍ତୁ ଆଜି ଖାଅନାହିଁ,

ଦିନକ ପାଇଁ ଆମିଷ ନଭକ୍ଷିଲେ

  ପ୍ରାଣ ଚାଲିଯିବ ନାହିଁ ।୮।

ନବବର୍ଷଠାରୁ ଦିନ ଶୁଭେ ଯାଉ 

   ପ୍ରଭୁଙ୍କ ପାଦେ ଜଣାଅ,

ଦୟାମୟ ଯଦି କରିବେଟି ଦୟା

   ଶୁଭରେ ବର୍ଷ ବିତିବ ।୯।

ଆହେ ଦୀନନାଥ ଅନାଥର ନାଥ

  ଦୟାମୟ ଦୟାକର,

ନବବର୍ଷ ହେଉ ଶୁଭଙ୍କରମୟ

  କୃପାମୟଚକ୍ରଧର ।୧୦।

ମୁଁ ମୁଢ଼ ଅଧମ ଶ୍ରୀଚରଣେ ତୁମ୍ଭ

 କରୁଅଛି ନିବେଦନ,

ଦିଅ କୃପାଦୃଷ୍ଟି ଆହେ ପରମେଷ୍ଟି

  ଏତିକି ମୋ ନିବେଦନ । ୧୧ ।


Rate this content
Log in

Similar oriya poem from Inspirational