ନବବର୍ଷ
ନବବର୍ଷ
ନବବର୍ଷ ଆସ ଆସ ସୁସ୍ୱାଗତ
ଓଡ଼ିଆ ସମ୍ମାନ ପର୍ବ ସାରସ୍ୱତ
ଚଉରା ଉପର ଚାଞ୍ଚେ ସୁସଜ୍ଜିତ
ପଣା ରେ କଦଳୀ ନଡ଼ିଆ ଛେନା
ଗୋଲମରିଚ ବେଲ ସଙ୍ଗେ ଚୁନା
ଛତୁଆ ବିଞ୍ଚଣା ଦାନ ପୁଣ୍ୟ ମହାନ
ସୂର୍ଯ୍ୟଙ୍କ ପ୍ରଖର ଗତି ସ୍ଥିତି ଦକ୍ଷିଣାୟନ
ପଣା ସଂକ୍ରାନ୍ତି ଦେବ ମହାଦେବ ଦର୍ଶନ
ପର୍ବ ସଂସ୍କୃତି ସଂହତି ପରମ୍ପରା ବହନ
ଓଡ଼ିଆ ନବବର୍ଷ ପାଳନ୍ତି ସନାତନ
ଭାଷା, ଲିପି, ସ୍ୱର, ଶବ୍ଦ ଅଭିନନ୍ଦନ
ଦଣ୍ଡ ପାଟୁଆ ତୋଳେ ପାଣି ମନୋବାଞ୍ଛା
ପୁରଣ ହୁଏ ଭକ୍ତ ଭକ୍ତିର ନିଷ୍ଠା ସଦିଚ୍ଛା
ବନ୍ଧୁ ବାନ୍ଧବ ସମ୍ପର୍କୀୟ ଆତଯାତ
ପଣା ପିଇ ଶହନ ଶକ୍ତି ପାଇ ପ୍ରାଣ ଆଦୃତ
ତୁଳସୀ ମୂଳେ ସର୍ବ ଦେବାଦେବୀ ଆତଯାତ
ଚାଞ୍ଚ ତଳେ ଘଡି ପଥୁଲି ଶିକାରେ ଜଳ ପର୍ଯ୍ୟାପ୍ତ
ଶୀତଳତା ମନ ହୃଦୟେ ଭରିବା ସମୟ ଆଗତ
ହେ ଶିବ ଶିବା, ନନ୍ଦି ଭୃଙ୍ଗି ଜଗତର ନାଥ
ଓଡ଼ିଆ ନବବର୍ଷ ରେ ହେଉ ଶୁଭ ଅନେଶତ
ଦୁଃଖୀର ଦୁଃଖ କଷ୍ଟ ଯନ୍ତ୍ରଣା ହେଉ ସମାପ୍ତ
ରଖେ ହରି ତ ମାରେ କିଏ ପ୍ରତିଶ୍ରୁତି ଜାଗ୍ରତ
ହେ ସୂର୍ଯ୍ୟ ଛାୟାକାନ୍ତ ରଖ ଓଡ଼ିଆ ମାନମହତ
ଅପସରି ଅପସ୍ମାର ବାତ ପିତ୍ତ ଅଂଶୁଘାତ
ଦଣ୍ଡନାଟ ଖାଇଫୋଡ଼ ଦେଖୁ ଏ ଜଗତ
ଜଳ ଓ ନିଆଁ ଖେଳ ଖେଳି ଜିତିଯାଉ ଭକ୍ତ
ବିଭୁ କୃପା ବଳେ ପରମ୍ପରା କୌତୁହଳ ଶତତ
ବିଷୁବ ଜାତ ଓଡିଶାର ସମ୍ମାନ ଓଡ଼ିଆ ମହତ୍ତ୍ୱ ।
