STORYMIRROR

Sunanda Mohanty

Abstract Classics Thriller

4  

Sunanda Mohanty

Abstract Classics Thriller

ନବବର୍ଷ

ନବବର୍ଷ

1 min
339

ନବବର୍ଷ ଆସ ଆସ ସୁସ୍ୱାଗତ

ଓଡ଼ିଆ ସମ୍ମାନ ପର୍ବ ସାରସ୍ୱତ

ଚଉରା ଉପର ଚାଞ୍ଚେ ସୁସଜ୍ଜିତ

ପଣା ରେ କଦଳୀ ନଡ଼ିଆ ଛେନା

ଗୋଲମରିଚ ବେଲ ସଙ୍ଗେ ଚୁନା

ଛତୁଆ ବିଞ୍ଚଣା ଦାନ ପୁଣ୍ୟ ମହାନ

ସୂର୍ଯ୍ୟଙ୍କ ପ୍ରଖର ଗତି ସ୍ଥିତି ଦକ୍ଷିଣାୟନ

ପଣା ସଂକ୍ରାନ୍ତି ଦେବ ମହାଦେବ ଦର୍ଶନ

ପର୍ବ ସଂସ୍କୃତି ସଂହତି ପରମ୍ପରା ବହନ

ଓଡ଼ିଆ ନବବର୍ଷ ପାଳନ୍ତି ସନାତନ

ଭାଷା, ଲିପି, ସ୍ୱର, ଶବ୍ଦ ଅଭିନନ୍ଦନ

ଦଣ୍ଡ ପାଟୁଆ ତୋଳେ ପାଣି ମନୋବାଞ୍ଛା

ପୁରଣ ହୁଏ ଭକ୍ତ ଭକ୍ତିର ନିଷ୍ଠା ସଦିଚ୍ଛା

ବନ୍ଧୁ ବାନ୍ଧବ ସମ୍ପର୍କୀୟ ଆତଯାତ

ପଣା ପିଇ ଶହନ ଶକ୍ତି ପାଇ ପ୍ରାଣ ଆଦୃତ

ତୁଳସୀ ମୂଳେ ସର୍ବ ଦେବାଦେବୀ ଆତଯାତ

ଚାଞ୍ଚ ତଳେ ଘଡି ପଥୁଲି ଶିକାରେ ଜଳ ପର୍ଯ୍ୟାପ୍ତ

ଶୀତଳତା ମନ ହୃଦୟେ ଭରିବା ସମୟ ଆଗତ

ହେ ଶିବ ଶିବା, ନନ୍ଦି ଭୃଙ୍ଗି ଜଗତର ନାଥ

ଓଡ଼ିଆ ନବବର୍ଷ ରେ ହେଉ ଶୁଭ ଅନେଶତ

ଦୁଃଖୀର ଦୁଃଖ କଷ୍ଟ ଯନ୍ତ୍ରଣା ହେଉ ସମାପ୍ତ

ରଖେ ହରି ତ ମାରେ କିଏ ପ୍ରତିଶ୍ରୁତି ଜାଗ୍ରତ

ହେ ସୂର୍ଯ୍ୟ ଛାୟାକାନ୍ତ ରଖ ଓଡ଼ିଆ ମାନମହତ

ଅପସରି ଅପସ୍ମାର ବାତ ପିତ୍ତ ଅଂଶୁଘାତ

ଦଣ୍ଡନାଟ ଖାଇଫୋଡ଼ ଦେଖୁ ଏ ଜଗତ 

ଜଳ ଓ ନିଆଁ ଖେଳ ଖେଳି ଜିତିଯାଉ ଭକ୍ତ

ବିଭୁ କୃପା ବଳେ ପରମ୍ପରା କୌତୁହଳ ଶତତ

ବିଷୁବ ଜାତ ଓଡିଶାର ସମ୍ମାନ ଓଡ଼ିଆ ମହତ୍ତ୍ୱ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract