STORYMIRROR

linki barik

Inspirational Others

4.0  

linki barik

Inspirational Others

ନବବର୍ଷ ଆଗମନେ

ନବବର୍ଷ ଆଗମନେ

1 min
215


ହେ ନବବରଷ !.... ଖୁସିର ସରସ

ହରଷ ମନେ ମୁଁ କରୁଛି ସ୍ବାଗତ।।


ଦୁଃଖ ଗ୍ଲାନୀ ଶୋକ ଯାଉ ଦୂରେଇ

ସ୍ବାଗତ ତୁମକୁ ଖୁସିର ତୂରୀ ବଜାଇ,

ନବବରଷ ନବରଙ୍ଗରେ ଆନମନା ଏ ମନ

ଏ ସାଲରେ ନିଶ୍ଚେ ହୋଇବ ରଙ୍ଗୀନ୍ ଏ ଜୀବନ।।


ଦୁଃଖ ଦୂର୍ଦ୍ଧଶା ଦୂରୀଭୂତ କରି ଆସ,

ହସଖୁସିରେ ହେଉ ଏ ଆଗାରେ ବାସ।।


ଦୁର୍ଲ୍ଲଭ ସେ ପିଲାଦିନ ମୋର

ଗ୍ରିଟିନ୍ସ କାର୍ଡରେ ଥିଲା ନବବର୍ଷର ଆସର,

ସ୍ବାଗତପତ୍ରରେ କରୁଥିଲୁ ଅଭିନନ୍ଦନ ନବବର୍ଷର

ନାହିଁ ସେ ସମୟ, ନାହିଁ ସେ ସ୍ବାଗତ ପତ୍ର

ମନ କୋଳେ ମନୁଜର ସ୍ମୃତି ଆସର।।


ସଭିଙ୍କ ମନେ ଫୁଟୁ ପ୍ରମୋଦ ସୁମନ

ହେଉ ଦୂରୀଭୂତ ରାଗଋଷା ମାନ ଅଭିମାନ,

ବିଗତ ସ୍ମୃତିରେ ଫରୁଆ ପୂର୍ଣ୍ଣ

ସ୍ମୃତି ଫରୁଆ ପୂର୍ଣ୍ଣତା ପାଇ ବି ଅପୂର୍ଣ୍ଣ।।


ନବବର୍ଷରେ ଥିଲା ଶେଷ ଆନମନା ପୂର୍ଣ୍ଣ

ସ୍ବାଗତ ପତ୍ର ସଙ୍ଗେ ଚକୋଲେଟର ବଣ୍ଟନ,

>

ମନେ ଭରୁଥିଲା ଖୁସିରେ ପୂର୍ଣ୍ଣ ଜୁଆର

ସେ ତ ବାଲ୍ୟମନ ଦୁର୍ଲଭ ଦିନ।।


ପୁଣି ଏକ ନୂତନ ଆଶା

ପ୍ରାପ୍ତିର ଆଉ ଅସରାଏ ନୂତନ ବରଷା,

ମଉଜ ମଜଳିସର ଏକ ମଦାନ୍ଧ ନିଶା

ସାଥିମେଳେ ବିତୁ ପୂର୍ଣ୍ଣ ଦିନ

ନବବର୍ଷର ଯେ ନୂଆ ଆସରା।।


ଏ ନବବର୍ଷରେ ନୂଆ ପୁଲକ

ସକାଳୁ ଚଳୁ ମନ୍ଦିରେ ଧରି ପୁଷ୍ପକ,

ମନ୍ଦିରେ ମନର ଅକୁହା କୋହ, ଅବୁଝା ମୋହ

କରି ପରିତ୍ୟାଗ ସର୍ବ ଆଳୟ ସହ

ସ୍ବାଗତ ଜୀବନେ ଏକ ନୂତନ ରାହ।।


ଏ ମାସ ପୂର୍ବହୁଁ ମନେ ଉତ୍ସାହ

ଆସେ ନବବର୍ଷ ସର୍ବ ପ୍ରସ୍ତୁତ ରୁହ,

ଯୁଟୁ ମଙ୍ଗଳମୟ ଏ ନବବର୍ଷଟି

ଶିବସମ୍ଭୁ ପାଶେ କାମନା ଏହିଗୋଟି।।


ମନେ ମଧୁ ଝଳସିବ ନବବର୍ଷ ଆଗମନେ

ଚିରୁ ସ୍ବାଗତ ତୁମକୁ ପ୍ରିତୀ ମନେ,

ହେ ନବବରଷ!..... ଅନୁରୋଧ ମୋର

ତୁମ୍ଭ ଆଗମନେ ଆଣ ସୁଖର ଗଣ୍ଠିଲି

ବିଶ୍ଵବାସୀଙ୍କୁ ଦିଅ ଉପହାର ମେଲି।।



Rate this content
Log in

Similar oriya poem from Inspirational