STORYMIRROR

Anam Charan Sahoo

Inspirational

4  

Anam Charan Sahoo

Inspirational

ନବ କଳି

ନବ କଳି

1 min
411

ସୁନ୍ଦରୀ ଧରାର ଆମେ ନବ କଳି

ହୋଇଅଛୁ ଶୋଭମାନ

ଜଗତେ ବିତରି ସୁରଭି ଆମରି

କରିଯିବୁ ପ୍ରେମ ଦାନ।

ସୂରୁଜ ଯେପରି କିରଣ ବିଛୁରି

ପ୍ରଚାରଇ ସାମ୍ୟବାଦ

ଆମେ ସେହିପରି ହୃଦୟେ ଆମରି

ନ ରଖିବୁ ଭେଦାଭେଦ।

ସମୀର ପରାଏ ସଭିଙ୍କ ପରାଣେ

ତିଆରି କରିବୁ ସ୍ଥାନ

କଳ କଉଶଳେ ନିଜ ଜ୍ଞାନ ବଳେ

ରଖିବୁ ଦେଶର ମାନ।

ବାଦଲ ଯେସନ ହୋଇ ଧାବମାନ

ବରଷେ ଅମୃତ ବାରି

ସେହିପରି ଆମେ ଏହି ମର ଧାମେ

ପୂଣ୍ୟ କାମ ଯିବୁ କରି।

ଆମେ ହସୁଥିଲେ ଧରା ହସୁଥାଏ

ହସି ଉଠେ ଜନ୍ମ ମାଟି

ପିତା ମାତାଙ୍କର ହୃଦରେ ଆନନ୍ଦ

ଅଗଣା ଉଠଇ ଫାଟି।

ଆମରି ବିଷାଦେ ମନ ବିଷାଦିତ

ଆଶଙ୍କାରେ ଭରା ଜାତି

ଆମେ ପରା ଅଟୁ ଦେଶର ଭବିଷ୍ୟ

ଅନ୍ଧାରେ ବିଜୂଳି ବତୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational