STORYMIRROR

LALIT MOHAN DASH

Abstract Romance Inspirational

4  

LALIT MOHAN DASH

Abstract Romance Inspirational

ନବ ବର୍ଷ ର ଅନୁଚିନ୍ତା

ନବ ବର୍ଷ ର ଅନୁଚିନ୍ତା

1 min
251


    ସମୀକ୍ଷାର ଦିନ        ବିଗତ ଦିନର

          ଗଲାଣିତ ଗଲା କଥା

    ଫେଣ୍ଟା ଫେଣ୍ଟି ଏଇ    ଜୀବନ ର ଗାଥା

          କିଛି ସୁଖ କିଛି ବ୍ୟଥା॥

    ବିଦାୟ ବାଇଶି      ଆସିଲା ତେଇଶି

         ସ୍ମୃତି ପସରା ଅସରା

     ହଜାଇଲି କେତେ    ପାଇଲି ମୁଁ ଯେତେ

          ବାଟୋଇ ମୁଁ ପଥହରା॥

      ଯୁଦ୍ଧ ଘନଘଟା     ଜୈବବିବିଧତା 

           ଶଙ୍କଟରେ ନୈତିକତା

      ଭବିଷ୍ଯ ମାଳିକା   ବଖାଣୁଛି ଶଙ୍କା

           ଧ୍ବଂସ ଦୀପାଳି ସଳିତା॥

     ମନେ ପଡୁଅଛି      କେତେ ବଖାଣୁଛି

          ଚାଲେ କାଲେଣ୍ଡର ପୃଷ୍ଠା

      ସମୟ ସୁଅରେ      ଭାସି ଭାସି ଯାଏ 

         ନିଅନ୍ତି ଯୁଆଡେ ସ୍ରଷ୍ଟା॥

      କାଳ ଗଡିଯାଏ      ମିନିଟ କଣ୍ଟାରେ

          ନିକଟ ଆୟୁଷ ରେଖା

      ଶୂନ୍ଯ ଲହରୀରେ    ଅକାତ କାତରେ

           ଉଦ୍ଧର ହେ କୃଷ୍ଣ ସଖା॥

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract