ନବ ବର୍ଷ ର ଅନୁଚିନ୍ତା
ନବ ବର୍ଷ ର ଅନୁଚିନ୍ତା
ସମୀକ୍ଷାର ଦିନ ବିଗତ ଦିନର
ଗଲାଣିତ ଗଲା କଥା
ଫେଣ୍ଟା ଫେଣ୍ଟି ଏଇ ଜୀବନ ର ଗାଥା
କିଛି ସୁଖ କିଛି ବ୍ୟଥା॥
ବିଦାୟ ବାଇଶି ଆସିଲା ତେଇଶି
ସ୍ମୃତି ପସରା ଅସରା
ହଜାଇଲି କେତେ ପାଇଲି ମୁଁ ଯେତେ
ବାଟୋଇ ମୁଁ ପଥହରା॥
ଯୁଦ୍ଧ ଘନଘଟା ଜୈବବିବିଧତା
ଶଙ୍କଟରେ ନୈତିକତା
ଭବିଷ୍ଯ ମାଳିକା ବଖାଣୁଛି ଶଙ୍କା
ଧ୍ବଂସ ଦୀପାଳି ସଳିତା॥
ମନେ ପଡୁଅଛି କେତେ ବଖାଣୁଛି
ଚାଲେ କାଲେଣ୍ଡର ପୃଷ୍ଠା
ସମୟ ସୁଅରେ ଭାସି ଭାସି ଯାଏ
ନିଅନ୍ତି ଯୁଆଡେ ସ୍ରଷ୍ଟା॥
କାଳ ଗଡିଯାଏ ମିନିଟ କଣ୍ଟାରେ
ନିକଟ ଆୟୁଷ ରେଖା
ଶୂନ୍ଯ ଲହରୀରେ ଅକାତ କାତରେ
ଉଦ୍ଧର ହେ କୃଷ୍ଣ ସଖା॥