ନବ ଭାରତର ନାଗରିକ ଆମେ
ନବ ଭାରତର ନାଗରିକ ଆମେ
ଆମେରେ ଆମେରେ ଆମେରେ ଆମେରେ
ହେବା ଏ ଦେଶର ନାଗରିକ,
ଆସରେ ଆସରେ ଆସରେ ଆସରେ
ଦେବା ଆମେ ସବୁ ମିଶି ଡାକ ।(0)
ଆଉ କେତେ ଦିନ ସୁପ୍ତ ଭାବରେ
ରହିବା ଆଗ୍ନେୟଗିରି ପରି,
ଆସରେ ସମସ୍ତେ ମିଶିଯିବା ଆସ
ସମୁଦ୍ରରେ ନଦୀ ମନେ କରି ।
ଭାରତ ମାତାର ଆମେରେ ସନ୍ତାନ
କାହିଁକି ମନେ କର ଆତଙ୍କ ।।
ଆମରେ।(1)
ଆମରି ବାହୁରେ ଅଛି ଏବେ ବଳ
ଚାହିଁଲେ ଟ।ଳିବା ପରବତ,
ବୀର ଦର୍ପରେ ଆଗକୁ ଯିବା ମାଡି
ଶତ୍ରୁମାନଙ୍କୁ କରି ନିହତ ।
ଏହି ଦେଶ ପାଇଁ ଦେବାରେ ଜୀବନ
ସାଜି ଆମେ ବୀର ସାଇନିକ ।।
ଆମେରେ ।(2)
ଭାରତ ଆମର ଅଟଇ ଜନନୀ
ତାହାରି କୋଳେ ଆମ ଜନମ,
ଯେତେ ଝଡ ଝଞ୍ଜା ତା ପାଇଁ ଆସିଲେ
କରିବା ଆମେ ସବୁ ପ୍ରଣାମ ।
ନବ ଭାରତର ନାଗରିକ ଆମେ
ରଖିବା ସଦା ତାହାରି ଟେକ ।।
ଆମେରେ (3)
