STORYMIRROR

Biswanath Nayak

Abstract

2  

Biswanath Nayak

Abstract

ନବ ବଧୂ ---------

ନବ ବଧୂ ---------

1 min
555

ପ୍ରାଚୀ ଗଗନରେ

ଝାଉଁବଣ ଫାଙ୍କେ

ହସେ କଅଁଳ ସୂରୁଜ,

ଚୁନା ଚୁନା ଘାସ

ଗାଲିଚା ବୁକୁରେ

ବୁଣେ ସୁନେଲି ମୁରୁଜ


ବାତାୟନ ଫାଙ୍କେ

ଓଢ଼ଣା ଉହାଡେ

ନବବଧୂ ହସ ବୁଣେ,

ଗୋଲାପକୁ ଜିଣି

ଗୋଲାପୀ ହସ ତା'

ଦୁନିଆର ମନ କିଣେ


ଲାଜେ ମରିଯାଏ

ନବ ବଧୂଲି ସେ

ଗୋଲାପୀ ଅଧର ଦେଖି

ଶିଶିର- ଘର୍ମ ତା'

ଲପନେ ଶୋଭଇ

ଅଳୀ ଟିକେ ଆସନ୍ତା କି


ନିରେଖେ ସୂରୁଜ

ବାତାୟନ ଫାଙ୍କେ

ବିକଶିତ ପୂର୍ଣ୍ଣ ଇନ୍ଦୁ,

ରଜନୀ ପାହିନି

ଉଇଁଲା କି ବୋଲି

ଲାଜେ ମରେ ପଦ୍ମବନ୍ଧୁ


ନବ ପାଟଳର

ରକ୍ତିମ ଅଧର

ଚୁମିବାକୁ ଆସେ ଅଳୀ,

ମୃଦୁ ହିଲ୍ଲୋଳରେ

ପ୍ରଭାତୀ ସୁମନ

ଲାଜରେ ଯାଏ ଝାଉଁଳି


ସାଇତି ଥା ବାଳା

ଲାଜୁଆ ହସକୁ

ଅବଗୁଣ୍ଠନର ତଳେ,

ଶୁଭେ ଆସୁ ପତି

ଶୁଭ ମନାସୁଥା

ତୁଳସୀ ଚଉରା ମୂଳେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract