STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ନୌକା ବିହାର

ନୌକା ବିହାର

1 min
204


ନୌକା ବିହାର ଅତି କୋୖତୁହଳ


ମନୋରଞ୍ଜନ ଟି କରେ,


ସମୁଦ୍ର ଲହରୀ ମାଡି ଆସୁ ଥାଏ


ମନକୁ ଆନନ୍ଦ କରେ।



ଡ଼ର ଲାଗୁ ଥାଏ ନୌକା ବିହାର


ଲହରୀର ଆର୍ତ୍ତ ନାଦେ,


ଡ଼ର ସଙ୍ଗେ ସଙ୍ଗେ ଖୁସିର ଲହରୀ


ପ୍ରଫୁଲ୍ଲ କରେଟି ହୄଦେ।



ବତାସର ଚିନ୍ତା ମନେ ଆସୁ ଥାଏ


ବିଚଳିତ ହୁଏ ମନ,


ପ୍ରଭୁ ଚିନ୍ତା କରି ବୀହାର କରୋଇ


ଚିନ୍ତିତ ନ ହୁଏ ମନ।



ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ଛୁଟି ହୁଏ


ଭ୍ରମଣେ ଯାଏ ମୁଁ ପୁରୀ


ଜଗନ୍ନାଥ ପୂଜା ଭକ୍ତିରେ କରଇ


କୄପାସିନ୍ଧୁ ଦଇତାରି।



ନୌକା ବିହାର କରି ବିଟି ମୁହିଁ


ଆଶା ରହି ଅଛି ମୋର,


ନିଷ୍କଣ୍ଟକ ହେଉ ଏହି ଯାତ୍ରା ମୋର


ଏହି ଅଭିଳାଷା ମୋର।



ଅତି ମନୋରମ ଉତ୍ସାହିତ କରେ


ଦୄର୍ଲ୍ଲଭର ଯାତ୍ରା ଏହି,


ବର୍ଣ୍ଣିବାର ଦୄଶ୍ୟ ନୂଆ ନୂଆ ହୁଏ


କବିର କବିତା ଏହି।



ଆନନ୍ଦରେ ଭରା ନୌକା ବିହାର


ବର୍ଷକୁ ଆସେଟି ଥରେ,


ଜଗନ୍ନାଥ ଦୟା ବର୍ଷକୁ ପଡଇ


ବଡ଼ଦେଉଳରୁ ଥରେ।



ନୌକା ବିହାର ଅତି କୌତୁହଳ


ମନୋରଞ୍ଜନ ଟି କରେ,


ସମୁଦ୍ର ଲହରୀ ମାଡି ଆସୁ ଥାଏ


ମନକୁ ଆନନ୍ଦ କରେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational